ଭୁବନେଶ୍ବରରେ ଅକ୍ଟୋବର ୨୫ରେ ଭସାଣ; କମିସନରେଟ୍‌ ପୁଲିସ ପକ୍ଷରୁ ଜାରି ହେଲା ଗାଇଡ଼ଲାଇନ୍‌

ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି। ଆଜି (ମଙ୍ଗଳବାର) ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି।

ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବେ। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣ ଶେଷ କରିବାକୁ‌ ଭୁବନେଶ୍ବର କମିସନରେଟ ପୁଲିସ ଗାଇଡଲାଇନ୍‌ ଜାରି କରିଛି।

କମିସନରେଟ ପୁଲିସ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବେ।

ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ‌ବେଳେ କିଟ୍‌ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେବେ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍‌କୁ ବ୍ୟବହାର କରିବେ।

ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସେୟାର କରନ୍ତୁ

Next Post

ଜାନୁଆରୀ ୨୨ରେ ଉଦଘାଟନ ହେବ ରାମ ମନ୍ଦିର

Wed Oct 25 , 2023
ବାସ୍ତବ ବ୍ୟୁରୋ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଜାନୁଆରୀ ୨୨ ତାରିଖ ଦିନ ୧୨.୩୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। […]

You May Like

Pin It on Pinterest