ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ବାସ୍ତବ ବ୍ୟୁରୋ: ଆଜିଠୁ ଆରମ୍ଭ ହେଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି ।

ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ। ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା।

ଏଥର ପୂର୍ଣ୍ଣିମା ତିଥିରେ ଗ୍ରହଣ ଲାଗୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ସମସ୍ତ ପୂଜା ମଣ୍ଡପରେ ସକାଳୁ ପୂଜା ଆରମ୍ଭ ହୋଇଛି ।

ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ତୁଳସୀକ୍ଷେତ୍ର କେନ୍ଦ୍ରପଡା। ଏଥର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ଚମକୁଛି ଚାନ୍ଦିମେଢ଼। ମଢିଆଳ, ଗଙ୍ଗା ଭଗିରଥ ପୂଜା କମିଟ, କାକଟ ମଙ୍ଗଳା ବିମ୍ବଳାଇ, ଖଡିଅଙ୍ଗ ଓ ଗରାପୂର ଆଦି ମେଢ଼ ଚାନ୍ଦିରେ ଝଟକୁଛନ୍ତି ମା’। ଗଙ୍ଗା ଭାଗିରଥ ମଢିଆଳ ପୁଜା କମିଟି ଦ୍ୱାରା ୨ କୁଇଣ୍ଟାଲରୁ ଅଧିକ ଆଭୂଷଣରେ ପୁଜା ପାଉଛନ୍ତି ମା’ ଲକ୍ଷ୍ମୀ।

ସହରରେ ୬୮ ଟି ପୁଜା ମଣ୍ଡପ ହୋଇଥିଲା ବେଳେ ସହର ଉପକଣ୍ଠ ରେ ଶହେରୁ ଅଧିକ ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଉଛନ୍ତି। ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଜି ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସକାଳ ୮ ଟା ଠାରୁ ଜଳ ଯାତ୍ରା ଆରମ୍ଭ ହୋଇ ଘଟ ସ୍ଥାପନ ହୋଇଛି। ଏହାପରେ ପୂର୍ବାହ୍ନ ୧୦ଟାରୁ ପୂଜା ଆରମ୍ଭ ହୋଇ ଅପରାହ୍ନ ୪ଟା ସୁଦ୍ଧା ପୁଜା ଶେଷ କରାଯିବ।

ସେୟାର କରନ୍ତୁ

Next Post

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ଭାରତପଡା ଚାନ୍ଦୋଳ ଶାଖା ପକ୍ଷରୁ,ଶାରଦୀୟ ପୂଜାରେ ଆଧ୍ୟାତ୍ମିକ ଉତ୍ସବ....

Sun Oct 29 , 2023
ଜୟନ୍ତ ଶତପଥୀ(ଡେରାବିଶ): ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ଭାରତପଡା ଚାନ୍ଦୋଳ ଶାଖା ପକ୍ଷରୁ,ଶାରଦୀୟ ପୂଜା ଅବସରରେ ମହାନବମୀ ଠାରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ଜୀବନ୍ତ ରଙ୍ଗମଂଚ ମାଧ୍ୟମରେ ଲୋକମାନଙ୍କୁ ଆଧ୍ୟାତ୍ମିକ ଗୁରୁ ଜ୍ଞାନ ପ୍ରଦର୍ଶିତ କରାଯାଇଥିଲା । ଏହି ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ସଂନ୍ଧ୍ଯାରେ,ଚାନ୍ଦୋଳ ଗ୍ରାମପଞ୍ଚାୟତର ସମିତିସଭ୍ଯା ଶ୍ରୀମତୀ ମଞ୍ଜୁଲତା ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବାବେଳେ, ସମାଜସେବୀ ବନବିହାରୀ ମହାନ୍ତି ଓ ଶାଖା ପରିଚାଳିକା […]

You May Like

Pin It on Pinterest