ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ଭାରତପଡା ଚାନ୍ଦୋଳ ଶାଖା ପକ୍ଷରୁ,ଶାରଦୀୟ ପୂଜାରେ ଆଧ୍ୟାତ୍ମିକ ଉତ୍ସବ….

ଜୟନ୍ତ ଶତପଥୀ(ଡେରାବିଶ): ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ଭାରତପଡା ଚାନ୍ଦୋଳ ଶାଖା ପକ୍ଷରୁ,ଶାରଦୀୟ ପୂଜା ଅବସରରେ ମହାନବମୀ ଠାରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ଜୀବନ୍ତ ରଙ୍ଗମଂଚ ମାଧ୍ୟମରେ ଲୋକମାନଙ୍କୁ ଆଧ୍ୟାତ୍ମିକ ଗୁରୁ ଜ୍ଞାନ ପ୍ରଦର୍ଶିତ କରାଯାଇଥିଲା ।

ଏହି ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ସଂନ୍ଧ୍ଯାରେ,ଚାନ୍ଦୋଳ ଗ୍ରାମପଞ୍ଚାୟତର ସମିତିସଭ୍ଯା ଶ୍ରୀମତୀ ମଞ୍ଜୁଲତା ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବାବେଳେ, ସମାଜସେବୀ ବନବିହାରୀ ମହାନ୍ତି ଓ ଶାଖା ପରିଚାଳିକା ସନ୍ଧ୍ଯାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ସଂନ୍ଧ୍ଯାରେ କୁଜଙ୍ଗା ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ବବିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ପ୍ରତ୍ୟେକ ମନୁଷ୍ୟ ଜୀବନରେ ଆଧ୍ୟାତ୍ମିକ ଚେତନାର ବିକାଶ କ୍ଷେତ୍ରରେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଭୁମିକା ଅତ୍ୟନ୍ତ ସାଧୁ ଉଦ୍ୟମର ଭୁରିୟସି ପ୍ରଶଂସା କରିଥିଲେ।

ତୃତୀୟ ତଥା ଶେଷ ସଂନ୍ଧ୍ଯାର ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଜୟନ୍ତ ଶତପଥୀ ଯୋଗ ଦେଇ କହିଥିଲେ କି,ପାଶ୍ଚାତ୍ଯ ସଭ୍ୟତାର କୁତ୍ସିତ ସଂସ୍କୃତିର ଶିକାର ହେଉଥିବା ଯୁବପିଢିଙ୍କ ପାଇଁ,ଚାନ୍ଦୋଳ ଅଂଚଳରେ ବ୍ରହ୍ମକୁମାରୀ ଶାଖା ପକ୍ଷରୁ ଏପରି ଆଧ୍ୟାତ୍ମିକ ମହୋତ୍ସବର ଆୟୋଜନ କରିଥିବାରୁ ଶାଖା ପରିଚାଳକ ତଥା କର୍ମକର୍ତ୍ତା ମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହ,ଏହିପରି କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ହେବାର ଆବଶ୍ୟକ ତା ରହିଛି ବୋଲି ମତ ପୋଷଣ କରିଥିଲେ ।ଏହି ଶେଷ ସଂନ୍ଧ୍ଯାରେ ଅନ୍ୟତମ ଅତିଥି ଭାବେ, ଶାଖାପାଇଁ ନିସ୍ୱାର୍ଥପର ଭାବେ ଘର ଯୋଗାଇ ଦେଇଥିବା ଡାକ୍ତର ଏଲ୍.ଏନ୍ ମହାନ୍ତି ଦମ୍ପତ୍ତିଙ୍କୁ ସମ୍ମାନିତ କରାଯାଇ ଥିଲା ।

ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବନବିହାରୀ ମହାନ୍ତି, ସନ୍ଧ୍ଯାରାଣୀ ପଟ୍ଟନାୟକ, ରୁବିଲତା,ବନିତା,ଚାରୁଲତା,କାଞ୍ଚନ ଓ ଶାଖାର ସମସ୍ତ ଭାଇ ଓ ଭଉଣୀମାନେ ।

ସେୟାର କରନ୍ତୁ

Next Post

ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ...

Sun Oct 29 , 2023
ଆଜି ସକାଳୁ ଏର୍ଣ୍ଣାକୁଲମ ସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ଚାଲିଥିଲା। ଏତିକିବେଳେ ଭୟଙ୍କର ବିସ୍ଫୋରଣରେ ଦୋହଲି ଉଠିଥିଲା ପୂରା କନ୍‌ଭେନ୍‌ସନ ହଲ୍‌। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି। କେରଳର ଏର୍ଣ୍ଣାକୁଲମ କଲାମାସେରିରେ ଘଟିଛି ଏଭଳି କିଛି ଘଟଣା। ଜଣେ […]

You May Like

Pin It on Pinterest