
ବାସ୍ତବ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା । ସେତିକି ବେଳେ ପଲାସାଠାରୁ ବିଶାଖାପାଟଣା ଆସୁଥିବା ପାସେଞ୍ଜର ଟ୍ରେନଟି ରାୟଗଡାରୁ ଆସିଥିବା ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଇଥିଲା । ଏହାପରେ ଗୋଟିଏ ମାଲବାହୀ ଟ୍ରେନ୍ ଉଭୟ ଟ୍ରେନକୁ ଧକ୍କା ଦେଇଥିବା ସୂଚନା ମିଳିଛି ।
ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିବାବେଳେ, ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ମଧ୍ୟ ଗୋଟିଏ ରେସ୍କ୍ୟୁ ଟିମ୍ ବାହାରିସାରିଛି । ବିଶାଖାପାଟଣା ଅଭିମୁଖ ଗୋଟିଏ ଟିମ୍ ଏବଂ ବିଜୟନଗରମକୁ ଗୋଟିଏ ଟିମ୍ ପଠାଯାଇଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।
ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ୱର ଜାରି କଲା ପୂର୍ବତଟ ରେଳପଥ। ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939, ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052, ହେଲପ୍ଲାଇନ୍ ନଂ- 0674-2301625, 2301525, 2303069 ଜାରି କରାଯାଇଛି। ଏଥିସହ ରାୟଗଡ଼ା ହେଲପ୍ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି। ଦୁଇ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ନମ୍ୱରରେ ଫୋନ୍ କରି ତଥ୍ୟ ସଂଗ୍ରହ କରିପାରିବେ ।