ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ୍’….

ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୬୪ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଏହି ଯୁଦ୍ଧରେ ଲଢୁଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ’ ।

ଦିନରାତି ଏକ କରି କାମ କରୁଥିବା ଚାଷୀଙ୍କୁ ମୋଦୀ ପ୍ରଂଶସା କରିଛନ୍ତି । ମହାମାରୀ ସମୟରେ ଚାଷୀମାନେ ଅଟଳ ରହି ଖାଦ୍ୟ ଯୋଗାଉଛନ୍ତି। ପ୍ରଧାନମନ୍ତ୍ରୀ କହିଲେ କୃଷକମାନେ ‘ଅକ୍ଷୟ ପାତ୍ର’ ପ୍ରଦାନ କରିଥିବା କୃଷ୍ଣଙ୍କ ପରି। ସେମାନେ ଜନତାଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚାଉଛନ୍ତି। covidwarriors.gov.in portal ଜରିଆରେ କରୋନା ଯୋଦ୍ଧାଙ୍କ ସହ ସଂଯୋଗ ହେବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ଏବେ ଲଞ୍ଚ୍ ହୋଇଥିବା ଏହି ପୋର୍ଟାଲ୍‌ରେ ୧. ୨୫ କୋଟିରୁ ଅଧିକ ଜନତା ସଂଯୋଗ ହୋଇ ସାରିଲେଣି। କୋଭିଡ୍ ୧୯ ବିରୋଧରେ ସଂଯୁକ୍ତ ସାମ୍ମୁଖ୍ୟ ବିକାଶ କରିବାକୁ ଏହି ପୋର୍ଟାଲ୍‌କୁ ସ୍ବାସ୍ଥ୍ୟସେବା ଏବଂ ଫ୍ରଣ୍ଟ୍‌ଲାଇନ୍ କର୍ମୀମାନେ ବ୍ୟବହାର କରିଛନ୍ତି।

କରୋନା ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ମିଶିକି ଲଢୁଛନ୍ତି । ଲକ୍-ଡାଉନ୍ ବେଳେ ୧୦୦ରୁ ଅଧିକ ପାର୍ସଲ ଟ୍ରେନ୍ ଚାଲିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବା ବାଇଁ ରେଳ ବିଭାଗ କାମ କରୁଛି । କରୋନା ସଙ୍କଟ ସମୟରେ ଆମେ ଅନ୍ୟ ଦେଶକୁ ଔଷଧ ପଠାଉଛୁ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ, ଲକ୍‌ଡାଉନ୍ ସମୟରେ ଆବଶ୍ୟକ ସ୍ଥଳେ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ପାଖକୁ ଔଷଧ ପଠାଇବାକୁ ବିମାନ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ କରୁଥିବା ବିଦେଶୀ ରାଷ୍ଟ୍ରମାନଙ୍କୁ ନୈତିକତା ତାଡ଼ନାରେ ଔଷଧ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଡାକ୍ତରଖାନରେ ଉତ୍ତମ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ।

କରୋନାଭାଇରସ୍ ସଂକଟ ଯୋଗୁଁ ଆମ ଦେଶରେ ପୁଲିସ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି। ପୁଲିସଙ୍କର ମାନବୀୟ ପାର୍ଶ୍ବ ସମ୍ମୁଖକୁ ଚାଲି ଆସିଛି। କୋଭିଡ୍-୧୯ ବିସ୍ତାର ରୋକିବାକୁ ମାସ୍କ ପରିଧାନ ନୂଆ ଅଭ୍ୟାସ ହୋଇପାରେ, କିନ୍ତୁ କ୍ରମେ ଏହା ସ୍ବାଭାବିକ ହୋଇଯିବ ଫଳରେ ସଂକ୍ରମଣ ତୁଟିଯିବ। ପଦାରେ ଛେପ ପକାଇବା ଖରାପ ବୋଲି ଭାରତୀୟମାନେ ଜାଣି ମଧ୍ୟ ପକାଉଥିଲେ। ମହାମାରୀ ଯୋଗୁଁ ଲୋକେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବନ୍ଦ କରିଦେଇଛନ୍ତି। ଏହା ମୌଳିକ ପରିମଳ ବ୍ୟବସ୍ଥା ବଢ଼ାଇବା ସହ କୋଭିଡ୍-୧୯ ବିରୋଧରେ ଚାଲିଥିବା ଯୁଦ୍ଧକୁ ମଜଭୁତ୍‌ କରିବ।

ଯେତେବେଳେ ପୁରା ବିଶ୍ୱ ଏହି ସଙ୍କଟ ସହ ଲଢୁଥିବାବେଳେ,ଏହି ପବିତ୍ର ରମଜାନ କୁ ଧର୍ଯ୍ୟ, ସଦଭାବନା ଓ ସେବା ର ପ୍ରତୀକ ଭାବେ ପାଳିବାକୁ କହିଛନ୍ତି । ଇଦ୍ ପୂର୍ବରୁ କୋଭିଡ୍-୧୯ ପରାସ୍ତ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ଜୈନମାନଙ୍କର ତୀର୍ଥଙ୍କର ସ୍ବାମୀ ଋଷଭଦେବ ଏବଂ ଲିଙ୍ଗାୟତ ସମ୍ପ୍ରଦାୟର ସନ୍ନ୍ୟାସୀ ବାସବଙ୍କ ଜୟନ୍ତୀ ଉପ‌ଲକ୍ଷ୍ୟେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ର ଓ ଗୁଜରାଟ ରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ

Sun Apr 26 , 2020
ବାସ୍ତବ ବ୍ୟୁରୋ-ମହାରାଷ୍ଟ୍ର ଓ ଗୁଜରାଟ ରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ନବୀନ ଆଲୋଚନା କରିଥିଲେ । ସମସ୍ତଙ୍କୁ ବସ୍ […]

You May Like

Pin It on Pinterest