ଆଇଆଇଟି ବନାରସ ଛାତ୍ରୀଙ୍କ ଉପରେ ବର୍ବର ଅସଦାଚରଣ ବିରୁଦ୍ଧରେ ଏଆଇଡିଏସ୍ଓ ପକ୍ଷରୁ କଳା ଦିବସ….

ଆଦିତ୍ଯ ବେହେରା(ଭୁବନେଶ୍ୱର): ୪-୧୧-୨୩- ଆଇଆଇଟି ବନାରସ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅସଦାଚରଣ କରିବା, ମାରଧର କରିବା ସହିତ ବିବସ୍ତ୍ର କରି ତାଙ୍କର ଭିଡିଓ ଉତ୍ତୋଳନ କରିବା ଭଳି ଜଘନ୍ୟ, ବର୍ବର ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ଆହ୍ୱାନରେ ଦେଶବ୍ୟାପୀ ଆଜି କଳା ଦିବସ ପାଳନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ନାରକୀୟ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଅବିଳମ୍ବେ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସମସ୍ତ ଛାତ୍ରୀମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା, ସମସ୍ତ କ୍ୟାମ୍ପସରେ ଗଣତାନ୍ତ୍ରିକ – ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାପାଇଁ ସଂଗଠନର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ, ଭୁବନେଶ୍ୱର ସିଟି କମିଟି ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳାଇ, ଉପସଭାପତି ସପ୍ତର୍ଶିନୀ ରାଉଳ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀ ନେତ୍ରୀ ସୁଚରିତା ଜେନା, ସାର୍ଥକ ରଥ ପ୍ରମୁଖ ଦୃଢ ଦାବି କରିଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ଦେଶବ୍ୟାପୀ ଛାତ୍ରୀମାନଙ୍କ ଉପରେ ପାଶବିକ ଆକ୍ରମଣ ବୃଦ୍ଧି ପାଉଥିଲେ ସୁଦ୍ଧା ସରକାର ଓ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି। ଅପରନ୍ତୁ ମଦ ମାଦକ ଦ୍ରବ୍ୟ ତଥା ମୋବାଇଲ, ଟିଭି, ଇଣ୍ଟରନେଟ ମାଧ୍ୟମରେ ଅଶ୍ଳୀଳତା ଓ ନଗ୍ନତାର ବ୍ୟାପକ ପ୍ରଚାର ପ୍ରସାର କରାଯାଇ ଯୁବ ସମାଜର ନୈତିକ ମେରୁଦଣ୍ଡକୁ ଭାଙ୍ଗିବାର ଷଡ଼ଯନ୍ତ୍ର କରାଯାଉଛି। ଯାହାଫଳରେ ସମାଜରେ ଏହିଭଳି ଅପରାଧ ଆଜି ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକାରୀ ପଦକ୍ଷେପ ନେବାପାଇଁ ସଂଗଠନ ତରଫରୁ ଦୃଢ ଦାବି କରାଯାଇଛି।

ସେୟାର କରନ୍ତୁ

Next Post

ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତିଙ୍କୁ କଣଠେଁସା କାହିଁକି....

Sun Nov 5 , 2023
ବାସ୍ତବବ୍ୟୁରୋ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ଆସନରୁ ନର୍ଲା ଆସନ ହେଉଛି ଅନ୍ୟତମ କହିଲେ ଅତ୍ୟୁକ୍ତି ହେବ ନାହିଁ , କିନ୍ତୁ ଏହି ଆସନ ପାଇଁ ବିଜେଡି ଦଳର ଅନେକ ହେଭିୱେଟ ଦଳୀୟ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ଆଶାୟୀ ଥିବା ବେଳେ ସେଥିରୁ ବାଦ୍ ପଡ଼ି ନାହାନ୍ତି ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଗତ ୦୧.୧୧ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କୁ […]

You May Like

Pin It on Pinterest