ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତିଙ୍କୁ କଣଠେଁସା କାହିଁକି….

ବାସ୍ତବବ୍ୟୁରୋ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ଆସନରୁ ନର୍ଲା ଆସନ ହେଉଛି ଅନ୍ୟତମ କହିଲେ ଅତ୍ୟୁକ୍ତି ହେବ ନାହିଁ , କିନ୍ତୁ ଏହି ଆସନ ପାଇଁ ବିଜେଡି ଦଳର ଅନେକ ହେଭିୱେଟ ଦଳୀୟ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ଆଶାୟୀ ଥିବା ବେଳେ ସେଥିରୁ ବାଦ୍ ପଡ଼ି ନାହାନ୍ତି ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଗତ ୦୧.୧୧ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କୁ ସରକାରୀ ଗ୍ରସ୍ତରେ ଆସି ଦୁଇ ପ୍ରମୁଖ ଅନୁଷ୍ଠାନ ସରକାରୀ ମେଡିକାଲ୍ କଲେଜ କୁ ସହିଦ ରେଣ୍ଡୋ ମାଝୀ ଙ୍କ ନାମରେ ନାମିତ କରିବା ସହ ସରକାରୀ ମହାବିଦ୍ୟାଳୟ କୁ କଳାହାଣ୍ଡିର ମାଁ ମାଣିକେଶ୍ଵରୀ ଙ୍କ ନାମରେ ନାମିତ କରି ଜିଲ୍ଲା କୁ ରାଜନୈତିକ ଭାବରେ ଏକ ପାଦ ଆଗେଇବା ରେ ପ୍ରୟାସ କରିଛନ୍ତି ।

ଆହୁରି ମଧ୍ଯ ଅନେକ ପ୍ରକଳ୍ପ କାର୍ଯ୍ୟ ପାଇଁ ୧୨ ଶହ କୋଟି ଟଙ୍କାର ପ୍ୟାକେଜ ସରକାର ଘୋଷଣା କରିଥିବାବେଳେ, ପ୍ରତି ପଂଚାୟତ କୁ ଲକ୍ଷ୍ମୀ ବସ ଯୋଜନା ର ଶୁଭାରମ୍ଭ କରିଥିବାରୁ ବର୍ତ୍ତମାନ ଜିଲ୍ଲାର ରାଜନୈତିକ ମାହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ଏଭଳି ସ୍ଥିତିରେ ଗତ ୦୩.୧୧ ଶୁକ୍ରବାର ଦିନ ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ସରକାରୀ ଭାବରେ ରାଜ୍ୟ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଭର୍ଟୁଆଲ୍ ମୋଡ ରେ ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି ,ଏଭଳି ଗୋଟେ ଗୁରୁତ୍ଵ ବହନ କରୁଥିବା ସଭାରେ ହଜାର ହଜାର ଜନସାଧାରଣ ଙ୍କ ସମାଗମ ସହ ନର୍ଲା ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସରପଞ୍ଚ, ସମିତି ସଭ୍ୟ ,ବିଭାଗୀୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

କିନ୍ତୁ ଏଭଳି ଏକ ଭବ୍ଯ କାର୍ଯ୍ୟକ୍ରମ ରେ ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି କରିଥିବା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ଚିତ୍ତରଞ୍ଜନ ମଣ୍ଡଳ ( ବାବୁଲି ) ଙ୍କୁ ଦେଖିବାକୁ ମିଳି ନ ଥିଲା । ଫଳରେ ବିରୋଧୀ ଶିବିର କୁ ବିଜେଡି କନ୍ଦଳ ବେଶ୍ ଚର୍ଚ୍ଚାର ଖୁରାକ ଯୋଗାଇଛି ,ପ୍ରକୃତରେ ତାଙ୍କୁ ନିମନ୍ତ୍ରଣ ହେଇଥିଲା କି ନାହିଁ, କି ସେ ନିଜକୁ ଦୂରେଇ ରଖିଲେ ଏହା ବର୍ତମାନ ପାଇଁ ଏକ ବଡ଼ ପ୍ରଶ୍ନ ? ଏଣୁ ବିରୋଧୀଙ୍କ ଙ୍କ ମତରେ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, କଳାହାଣ୍ଡି ବିଜେଡି ସଙ୍ଗଠନ ରେ ଦ୍ଵନ୍ଦ ଆଗକୁ ବୁମେରାଙ୍ଗ ହୋଇପାରେ ।

କାରଣ ଲୋକ ଙ୍କ ମତରେ ନର୍ଲା ଆସନ ଆଶାୟୀ ଙ୍କ ମଧ୍ୟରେ ବିଧାୟକ ଭୂପିନ୍ଦର ସିଂ ବର୍ତ୍ତମାନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂଦେଓ ରାଜ୍ୟ ବିଜେଡି ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ , ରାଜ୍ୟ ଉପସଭାପତି ଶାରଦା ପ୍ରସନ୍ନ ସ୍ୱାଇଁ ଏବଂ ନର୍ଲା ବ୍ଲକ ରୁ ଦୁଇ ଦୁଇ ଥର ଜନ ସମର୍ଥନ ହାସଲ କରିଥିବା ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ପ୍ରମୁଖ ଦାବେଦାର ଥିବା ଲୋକେ ଆଲୋଚନା କରୁଥିବା ବେଳେ ନିର୍ବାଚନ ମଣ୍ଡଳୀ ର ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ କେସିଙ୍ଗା ବ୍ଲକ ର ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ସିଇଓ ପ୍ରେମାନିଧି ସେଠ୍ ଓ ବିଶ୍ଵବିଦ୍ୟାଳୟ ର କୁଳପତି ଡକ୍ଟର ନୃପରାଜ୍ ସାହୁ ମଧ୍ୟ ନିର୍ବାଚନୀ ମଇଦାନ ରେ ପାଦ ଦେବା ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି।

ଏଣୁ ଏପରି ଘଡ଼ିସନ୍ଧି ସମୟରେ ନେତାଙ୍କ ଆଚରଣ ଓ ଉଚ୍ଚାରଣ ବ୍ୟବହାରିକ ଦୃଷ୍ଟିକୋଣ କେମିତି ରହିବା କଥା ତାହା ଦଳର ସାଙ୍ଗଠନିକ ଶୀର୍ଷ ନେତୃତ୍ୱ ସ୍ଥିର କରିବେ, କିନ୍ତୁ ଅଞ୍ଚଳର ବିରୋଧୀ ଏବଂ ବୁଦ୍ଧିଜୀବୀ ବୃନ୍ଦ ବିଜେଡି ର ଏଭଳି ନୀତି କୁ ନେଇ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସେୟାର କରନ୍ତୁ

Next Post

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି...

Tue Nov 7 , 2023
ବାସ୍ତବ ବ୍ୟୁରୋ(ଭୁବନେଶ୍ବର): ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି […]

You May Like

Pin It on Pinterest