୨୨ରୁ ବିଧାନସଭା ସାମ୍ନାରେ ଧାରଣା ଦେବ ଘରୋଇ ବସ୍‌ ମାଲିକ ସଂଘ,  ଡିସେମ୍ବର ପହିଲାରୁ ଧାରଣା ଦେବାକୁ ବସ୍ ମାଲିକଙ୍କ ଚେତାବନୀ

ବାସ୍ତବ ବ୍ୟୁରୋ: ଡିସେମ୍ବର ପହିଲାରୁ ପୁଣି ଧାରଣା ଦେବେ ଘରୋଇ ବସ୍ ମାଲିକ । ଏହି ଧାରଣାରେ ୧ ହଜାରରୁ ଅଧିକ ବସ୍ ମାଲିକ ସାମିଲ ହେବେ । ଘରୋଇ ବସ୍ ମାଲିକମାନେ ସରକାରଙ୍କୁ ଦେଇଥିବା ଦାବି ଏହି ତାରିଖ ମଧ୍ୟରେ ପୂରଣ ନହେଲେ ସେମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି । ଏଥର ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି ।

ସରକାର ଦାବି ମାନି ନଥିବାରୁ ଆସନ୍ତା ୨୨ ତାରିଖ ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅବସରରେ ଘରୋଇ ବସ୍‌ ମାଲିକ ସଂଘ ଧାରଣା ଦେବାକୁ ପ୍ରସ୍ତୁତ ହୋଇସାରିଛି। ନଭେମ୍ବର ୨୨ରେ ସଂଘର ୧୦୦୦ରୁ ଊର୍ଦ୍ଧ୍ବ ବସ୍‌ ମାଲିକ ବିଧାନସଭା ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ମିଳିଛି। ସରକାର ଯଦି ଦାବି ପୂରା ନକରନ୍ତି, ତାହେଲେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ। ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସୂଚନା ଥାଉ କି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବରୋଧ କରି ରାଜ୍ୟର ଘରୋଇ ବସ୍ ମାଲିକମାନେ କିଛିଦିନ ତଳେ ଧର୍ମଘଟ କରିଥିଲେ ଓ ବସ୍ ଚଳାଚଳ ବନ୍ଦ କରିଥିଲେ । ଏହି କ୍ରମରେ ପରିବହନ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଓ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇ ବସ୍ ଚଳାଚଳ ସ୍ୱଭାବିକ କରାଯାଇଥିଲା । ହେଲେ ଆଲୋଚନା ବେଳେ ରାଜ୍ୟ ପରିବହନ ବିଭାଗ ବସ୍ ମାଲିକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ । ଯାହାକୁ ନେଇ ପୁଣି ଡିସେମ୍ବର ପହିଲାରୁ ଆନ୍ଦୋଳନକୁ ଉହ୍ଲାଇବାକୁ ଚେତାବନୀ ଦେଇଛି ବସ୍ ମାଲିକ ସଂଘ ।

ସେୟାର କରନ୍ତୁ

Next Post

ଆଦିବାସୀ ଙ୍କବିଭିନ୍ନ ସମସ୍ୟା ନେଇ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ....

Thu Nov 9 , 2023
ନିରଞ୍ଜନ ଦାସ(ନୟାଗଡ): ସରକାର ଆମ ଗାଁ ଆମ ବିକାଶ ଘୋଷଣା କରୁ ଥିବା ବେଳେ ପ୍ରକୃତରେ କେତେ ବିକାଶ ହୋଇଛି ତାର ନଗ୍ନଚିତ୍ର ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଦେଶ ସ୍ଵାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁଓ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଛଂଦି ହୋଇ ପଡିଛନ୍ତି ଆଦିବାସୀ।ହେଲେଆଦିବାସୀ ଙ୍କ ଉର୍ନତିପାଇଁପ୍ରଶାସନ ପକ୍ଷରୁ କୌଣସି ମୌଳିକ ଅଧିକାର ଦିଆ ନ ଯାଇ ତାଙ୍କୁ ହନ୍ତସନ୍ତ କରା ଯାଇଛି ଫଳରେ […]

You May Like

Breaking News

Pin It on Pinterest