
ନିରଞ୍ଜନ ଦାସ(ନୟାଗଡ): ସରକାର ଆମ ଗାଁ ଆମ ବିକାଶ ଘୋଷଣା କରୁ ଥିବା ବେଳେ ପ୍ରକୃତରେ କେତେ ବିକାଶ ହୋଇଛି ତାର ନଗ୍ନଚିତ୍ର ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି।
ଦେଶ ସ୍ଵାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁଓ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଛଂଦି ହୋଇ ପଡିଛନ୍ତି ଆଦିବାସୀ।ହେଲେଆଦିବାସୀ ଙ୍କ ଉର୍ନତିପାଇଁପ୍ରଶାସନ ପକ୍ଷରୁ କୌଣସି ମୌଳିକ ଅଧିକାର ଦିଆ ନ ଯାଇ ତାଙ୍କୁ ହନ୍ତସନ୍ତ କରା ଯାଇଛି ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏନେଇଭାରତୀୟ ବିକାଶପରିଷଦ ପକ୍ଷରୁ ଆଦିବାସୀ ଙ୍କ ସମସ୍ୟା ସମ୍ପର୍କରେ ଜିଲା ପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
ତିନି ଖଣ୍ଡ ଆଦିବାସୀ ଗ୍ରାମର ପ୍ରାୟଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଭାରତୀୟ ବିକାଶ ପରିଷଦର ଜିଲା ସଭାପତି ତ୍ରିନାଥ ନାୟକ, ଜିଲା ସମ୍ପାଦକ ନିରଂଜନ ଦାସ,ମୁସୁଗୁଡାର ନିରଂଜନ ଯାନୀ ଓ ସଲପଗଣ୍ଡାର ୱାର୍ଡ଼ ମେମ୍ବର ନରେନ୍ଦ୍ର ପ୍ରଧାନନେତୃତ୍ୱରେ ଜିଲା ପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ନୟାଗଡ ଜିଲ୍ଲାର ଗଣିଆ ବ୍ଲକ ବଡ ସିଲିଙ୍ଗା ପଞ୍ଚାୟତରଆଦିବାସୀ ମୁସୁଗୁଡା,ସଲପଗଣ୍ଡା ଓ ଖଣ୍ଡପଡ଼ା ବ୍ଲକର ଗଡ଼ିଆସାହି ପଂଚାୟତଅନ୍ତର୍ଗତ ଆଦିବାସୀଗାଁ ସାଧୁଆ ପଲି ର ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଦାବି ପତ୍ର କୁ ଜିଲା ପାଳଙ୍କୁ ପ୍ରଦାନକଲା ଭାରତୀୟ ବିକାଶ ପରିଷଦ।ଖବର ଜଣା ପଡ଼ିଛି ଯେ ନୟାଗଡ ଜିଲ୍ଲାର ଗଣିଆବ୍ଲକ ଅନ୍ତର୍ଗତ ଦୁଇଟି ଆଦିବାସୀ ଗାଁର ଲୋକେ ସ୍ବାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ଦୁଇଟି କୁଯିବାକୁ ରାସ୍ତା ନାହିଁ।

ଏହି ଗାଁ ରାସ୍ତା ନିର୍ମାଣ ପାଇଁ ବନ୍ୟପ୍ରାଣୀ ବିଭାଗ ଆନ୍ତରିକ ପ୍ରକାଶକରୁ ନାହାନ୍ତି।ଗାଁକୁ ବିଦ୍ୟୁତ ଲାଇନଯାଇନାହିଁ।ଗାଁରେ ପାନୀୟ ଜଳ ପାଇଁ ନଳକୂପ ଟିଏ ନାହିଁ।କୌଣସି ପ୍ରକାରଦେହ ଅସୁସ୍ଥହେଲେ ଦୋଳା ହିଁ ଏକ ମାତ୍ର ଭରସା।ଗାଁରେ ଅଙ୍ଗନବାଡି କି ଆଶା ନିଯୁକ୍ତି ହୋଇନାହାନ୍ତି।ଏହିପରି ସାଧୁଆପଲିଗାଁକୁ ଯିବା ପାଇଁରାସ୍ତାଟିଏ ନାହିଁ କି ଗାଁରେ ଲୋକମାନେ ଆବାସପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇ ପାରୁ ନାହାନ୍ତି।ଏହି ଦାବିସମ୍ପର୍କରେ ଜିଲା ପାଳଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।