ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ…

ବାସ୍ତବ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ବନ୍ଦର ପ୍ରଭାବ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର, କଂଟାବାଞ୍ଜି, କଳାହାଣ୍ଡି, ବରଗଡ଼, ପଦ୍ମପୁର ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି ।

କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ବନ୍ଦ ଯୋଗୁ ଗାଡି ଚଳାଚଳ ବନ୍ଦ ରହିଛି । ଦୋକାନ ମଧ୍ୟ ଖୋଲିନାହିଁ । କୋଶଳ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ରାସ୍ତାରେ ପିକେଟିଂ କରୁଛନ୍ତି । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କିନ୍ତୁ ସମ୍ବଲପୁରରେ ଦେଖିବାକୁ ମିଳିନାହିଁ । କାରଣ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହାସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦାବିପତ୍ର ଦିଆଯାଇଛି । କେବଳ ଏତିକି ନୁହେଁ ଆଜି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ସ୍ୱତନ୍ତ୍ର ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ ।

ସେୟାର କରନ୍ତୁ

Next Post

ଭାନୁମତୀର ଗାଁ ପୁସ୍ତକର ଶୁଭ ଉନ୍ମୋଚନ....

Sun Nov 19 , 2023
ଆଦିତ୍ଯ ବେହେରା(ଭୁବନେଶ୍ବର): କବି ପୂର୍ଣ୍ଣ ଚନ୍ଦ୍ର ମହାରଣା ଙ୍କ କବିତା ପୁସ୍ତକ ଭାନୁମତୀର ଗାଁ ର ଶୁଭ ଉନ୍ମୋଚନ ଆଜି ରାଜଧାନୀ ସଂନିକଟ ସରଦେଇପୁର ଡାକବଙ୍ଗଳlରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇଥଲେ ବିଶିଷ୍ଟ ସିନେ ଲେଖକ ଡ ରଜନୀ ରଞ୍ଜନ, ବରିଷ୍ଠ ଶିଶୁସାହିତ୍ୟିକ ବଂକିମ ନାୟକ, ଅଧିବକ୍ତା ସତୀଶ ରାୟ । ନିରୁତା ଓଡ଼ିଆ ଶବ୍ଦ ଓ […]

You May Like

Pin It on Pinterest