ଭାନୁମତୀର ଗାଁ ପୁସ୍ତକର ଶୁଭ ଉନ୍ମୋଚନ….

ଆଦିତ୍ଯ ବେହେରା(ଭୁବନେଶ୍ବର): କବି ପୂର୍ଣ୍ଣ ଚନ୍ଦ୍ର ମହାରଣା ଙ୍କ କବିତା ପୁସ୍ତକ ଭାନୁମତୀର ଗାଁ ର ଶୁଭ ଉନ୍ମୋଚନ ଆଜି ରାଜଧାନୀ ସଂନିକଟ ସରଦେଇପୁର ଡାକବଙ୍ଗଳlରେ ଅନୁଷ୍ଠିତ ହୋଇଯାଇଛି l

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇଥଲେ ବିଶିଷ୍ଟ ସିନେ ଲେଖକ ଡ ରଜନୀ ରଞ୍ଜନ, ବରିଷ୍ଠ ଶିଶୁସାହିତ୍ୟିକ ବଂକିମ ନାୟକ, ଅଧିବକ୍ତା ସତୀଶ ରାୟ । ନିରୁତା ଓଡ଼ିଆ ଶବ୍ଦ ଓ ଓଡ଼ିଆ ସାମାଜିକ ସାଂସ୍କୃତ୍ତିକ ଜୀବନର ଆଲେଖ୍ୟ ଉପସ୍ଥାପନା ଉପରେ ଅତିଥି ମାନେ ଗୁରୁତ୍ୱ ଆରୋପ କରିଥିଲେ ।କବି ବିପିନ ମହାନ୍ତି ଙ୍କ ସଂଯୋଜନାରେ ନାଟ୍ୟକାର ବିଜୟ ଦାସ, ସୋମନାଥ ସ୍ୱାଇଁ, ତନୟା ଶିଶୁଗୋସ୍ୱାମୀ, ଅଭିମନ୍ୟୁ ନାୟକ, କମଳିନୀ ମଲ୍ଲିକ, ଅରୁଣ ଚନ୍ଦ୍ର ମହାନ୍ତି, ସ୍ଵାତି ମହାପାତ୍ର, ଡ ଭବାନୀ ଦାସ, ଡ ମାଧବ ବେହୁରା, ଦିଲ୍ଲୀପ ବିଶ୍ୱାଳ, ଡ କଲ୍ୟାଣ ପଣ୍ଡା ପ୍ରମୁଖ କବି ପୂର୍ଣଚନ୍ଦ୍ର ମହାରଣା ଙ୍କ କାବ୍ୟଶୈଳୀ ଉପରେ ଆଲୋଚନା କରିଥିଲେ ।

ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଚୀଧାରା ପତ୍ରିକାର ସମ୍ପାଦକ କବି ଭଗବାନ ସାହୁ।ବହୁ କବି, ସାମ୍ବାଦିକ, ବୁଦ୍ଧିଜୀବୀ ଏହି ଉନ୍ମୋଚନ ପର୍ବରେ ସାମିଲ୍ ହୋଇ କବି ପୁର୍ଣ୍ଣଚନ୍ଦ୍ରଙ୍କୁ ବଧାଇ ଯଣାଇବା ସହ ଭାନୁମତୀର ଗାଁ ପୁସ୍ତକ ଲୋକ ପ୍ରିୟତା ହାସଲ ପ୍ରତି ଆଶା ପୋଷଣ କରିଥିଲେ ।

ସେୟାର କରନ୍ତୁ

Next Post

କଟକ ର ପୂର୍ବତନ ବିଧାୟକ, ବିଶିଷ୍ଟ ରାଜନେତା ସଂଗ୍ରାମ କେଶରୀ ମହାପାତ୍ର ଙ୍କ ୨୩ତମ ସ୍ମୃତିସଭା....

Tue Nov 21 , 2023
ସଂଜୟ ଶତପଥୀ(କଟକ): କଟକ ର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ କଟକ ର ପୂର୍ବତନ ବିଧାୟକ, ବିଶିଷ୍ଟ ସମାଜସେବୀ, ପୂର୍ବତନ ଶାନ୍ତି କମିଟି ର ସଭାପତି ତଥା ବିଶିଷ୍ଟ ରାଜନେତା ସଂଗ୍ରାମ କେଶରୀ ମହାପାତ୍ର ଙ୍କ ୨୩ତମ ସ୍ମୃତିସଭା ମହାସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନ୍ ର ସଭାପତି ତଥା ସୁନାମଧନ୍ୟ ଆଇନଜୀବୀ ଶ୍ରୀ ଧରଣୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]

You May Like

Pin It on Pinterest