କଟକରେ ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ ବ୍ୟାପକ ହେବ ଆନ୍ଦୋଳନ….

ସଂଜୟ ଶତପଥୀ(କଟକ)୨୩.୧୧.୨୦୨୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l

ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା ସତ୍ତ୍ବେ ଏଯାବତ୍ ମଣ୍ଡି ଖୋଲିନାହାନ୍ତି l ଯଦ୍ବାରା ଚାଷୀ ନିଜର କଷ୍ଟ ଉପାର୍ଜିତ ଧନକୁ କ୍ବିଣ୍ଟାଲ୍ ପିଛା ୧୨ଶହ/୧୩ଶହ ଟଙ୍କାରେ ଦଲାଲ୍ ମାନଙ୍କ ହାତରେ ବିକ୍ରି କରିବାକୁ ବାଧ୍ୟ ହେଉଛି l ଅପରପକ୍ଷରେ କେନ୍ଦ୍ର ସରକାର କ୍ବିଣ୍ଟାଲ୍ ପିଛା ୨୧୮୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି l ଏହାସହିତ ଦୀର୍ଘଦିନରୁ ମଣ୍ଡିରେ ମିଲରମାନଙ୍କ ହସ୍ତକ୍ଷେପ ଓ ଶୋଷଣ ସ୍ଥାନୀୟ ସରକାରୀ ନେତା ଏବଂ ସରକାରୀ କଳ ଜରିଆରେ ଚାଲୁଅଛି l ତାହାକୁ ସଂପୂର୍ଣ୍ଣ ରୂପେ ସରକାର ତଦାରଖ କରିବା ଦରକାର l ଏହା ସହିତ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଦରକାର ଏବଂ ସାରା ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହେବା ଦରକାର ବୋଲି ମୋର୍ଚ୍ଚା ଦାବି କରିଛି l

ରାଜ୍ୟରେ ଚାଷୀ ଆତ୍ମହତ୍ୟା ମାତ୍ରା ଅତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି l ଗତ ମାସକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ଯାଜପୁରର ଧର୍ମଶାଳା ଏବଂ ନୟାଗଡର ରଣପୁର ଠାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ଏଯାବତ୍ ସମବେଦନା ଓ ସହାୟତା ପ୍ରଦାନ କରିନାହାନ୍ତି l ଏ ସମସ୍ତ ଦିଗକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତାହା ହେଲେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ ହେବ… ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇଂ ଉପେନ୍ଦ୍ର ଭଞ୍ଜ, ଉପସଭାପତି ହୃଷିକେଶ ଜେନା, ସମ୍ପାଦକ ବିକ୍ରମକେଶରୀ ରାଉତରାୟ, କାର୍ଯ୍ୟାଳୟ ସମ୍ପାଦକ ସତ୍ୟବାଦୀ ଚଇନି, କାର୍ଯ୍ୟକାରିଣୀ ସଦସ୍ୟ ରାଜ ପ୍ରସାଦ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ମହାନ୍ତି,ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି, ଶରତ ଭୋଳ,ନଳିନୀ ରାୟ,ପ୍ରଶାନ୍ତ କୁମାର ବେହେରା, ଦୀପକ କୁମାର ନନ୍ଦୀ, କେଶବ କୁଣ୍ଡୁ ପ୍ରମୁଖ ଯୋଗଦେଇ ଥିଲେ ।

ସେୟାର କରନ୍ତୁ

Next Post

କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ....

Thu Nov 23 , 2023
ସଂଜୟ ଶତପଥୀ(କଟକ):କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ କଟକ ମହାନଗର ନିଗମ ସଭାଗୃହ ରେ ଡେପୁଟି ମେୟର ଙ୍କ ସହ ବିଭିନ୍ନ ରାଜନୈତିକ ନେତା, ସମାଜସେବୀ, ସମସ୍ତ କର୍ପୋରେଟର ଓ ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟ ମେୟର ଶ୍ରୀ ସୁବାସ ସିଂ ଆଗାମୀ ବାଲିଯାତ୍ରା […]

You May Like

Pin It on Pinterest