କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ….

ସଂଜୟ ଶତପଥୀ(କଟକ):କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ କଟକ ମହାନଗର ନିଗମ ସଭାଗୃହ ରେ ଡେପୁଟି ମେୟର ଙ୍କ ସହ ବିଭିନ୍ନ ରାଜନୈତିକ ନେତା, ସମାଜସେବୀ, ସମସ୍ତ କର୍ପୋରେଟର ଓ ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମାନନୀୟ ମେୟର ଶ୍ରୀ ସୁବାସ ସିଂ ଆଗାମୀ ବାଲିଯାତ୍ରା ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଏହି ଐତିହାସିକ କାର୍ଯ୍ୟକ୍ରମର ସଫଳତା ଦିଗରେ ସମସ୍ତଙ୍କର ସାହାଯ୍ୟ ଓ ସହାନୁଭୂତି ଲୋଡ଼ିବା ସହ ଏହି କାର୍ଯ୍ୟକ୍ରମ ଜରିଆରେ କଟକ କୁ ୧ ନମ୍ବର କରିବାକୁ ନିବେଦନ କରିଥିଲେ।

ଏହି ପ୍ରସ୍ତୁତି ବୈଠକ ରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ନରହରି ସେଠୀ, କଟକ ଡିସିପି ଶ୍ରୀ ପିନାକୀ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ, ଉପ-ଆୟୁକ୍ତ ଆରକ୍ଷୀ, ଥାନାଧିକାରୀ ମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଖଣ୍ଡପଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ....

Fri Nov 24 , 2023
ନିରଂଜନ ଦାସ(ନୟାଗଡ):- ଖଣ୍ଡପଡ଼ା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ତହସିଲଦାର ଧୋବେଇ ନାଏକ, ଏସଡିପିଓ ବିମଳ କୁମାର ବାରିକ, ଏଡିବିଓ ସୁବାଷ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ଥାନା ଅଧୀକାରି ଜ୍ୟୋତିପ୍ରକାଶ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ […]

You May Like

Pin It on Pinterest