ଓଡ଼ିଶା ବିଧାନସଭା ପରିସର ରେ ସମ୍ବିଧାନ ଦିବସ ପାଳିତ…

ଆଦିତ୍ୟ ବେହେରା(ଭୁବନେଶ୍ବର): ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡକ୍ଟର.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିବା ଭାରତର ସମ୍ବିଧାନ,ପ୍ରଥମ ଥର ପାଇଁ ୨୦୧୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା ।

ଡକ୍ଟର.ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ “ସମ୍ବିଧାନ ଦିବସ” ପାଳନ କରାଯାଏ ।
ଏହି ଅବସରରେ ଓଡିଶା ବିଧାନସଭା ପରିସରରେ,ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀଙ୍କ ପୌରହିତ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

ଶ୍ରୀ ଶତପଥୀ,ପ୍ରଥମେ ବିଧାନସଭାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ, ଭାରତ ସମ୍ବିଧାନର ପ୍ରସ୍ତାବନା ଓ ମୌଳିକ ମୂଲ୍ଯବୋଧ ଉପରେ ଶପଥପାଠ କରାଇଥିଲେ । ଏହାପରେ ଭାରତ ସମ୍ବିଧାନ ସହ ଜଡିତ ଥିବା ୫ ଉଲ୍ଲେଖନିୟ ବିଷୟ ସଂମ୍ପର୍କ ରେ ଆଲୋକପାତ କରିଥିଲେ ।
୧ . ଭାରତୀୟ ସମ୍ବିଧାନ ୨୬ ନଭେମ୍ବର ୧୯୪୯ ରେ ପ୍ରସ୍ତୁତ ହୋଇଥିଲା । ଯାହା ୨ ବର୍ଷ,୧୧ ମାସ ଏବଂ ୧୮ ଦିନରେ ପ୍ରସ୍ତୁତ ହୋଇଥିଲା । ସମ୍ବିଧାନକୁ ୪୪୮ ଅନୁଚ୍ଛେଦ ,୧୨ ଅନୁସୂଚୀ ଏବଂ ୨୫ ଭାଗରେ ବିଭାଜିତ କରାଯାଇଛି ।
୨ . ସମ୍ବିଧାନ ସଭାର ୨୮୪ ସଦସ୍ୟ ୨୪ ଜାନୁଆରୀ ୧୯୫୦କୁ ଦସ୍ତାବିଜ୍ ଉପରେ ହସ୍ତାକ୍ଷର କରିଥିଲେ ଏହାର ଦୁଇଦିନ ପରେ ଅର୍ଥାତ୍ ୨୬ ଜାନୁଆରୀ ୧୯୫୦ ତାରିଖରେ ଏହାକୁ ଲାଗୁ କରାଯାଇଥିଲା ।
୩ . ସମ୍ବିଧାନ ପୁସ୍ତକରେ କୌଣସି ଟାଇପିଙ୍ଗ୍ ଏବଂ ପ୍ରିଣ୍ଟିଙ୍ଗ୍ ର ବ୍ୟବହାର କରାଯାଇନାହିଁ ।
୪ . ୧୯୪୭ ଅଗଷ୍ଟ ୨୯ ତାରିଖରେ ଭାରତ ସମ୍ବିଧାନ ପୁସ୍ତକ ପ୍ରସ୍ତୁତ କରିଥିବା ସମିତିର ସ୍ଥାପନା କରାଯାଇଥିଲା ଏବଂ ଡା.ବି.ଆର୍.ଆମ୍ବେଦକରଙ୍କୁ ଏହାର ଅଧ୍ୟକ୍ଷ ରୁପେ ନିଯୁକ୍ତି ଦିଆଯାଇଥିଲା ।
୫ . ସମ୍ବିଧାନ ସଭାରେ ଆନୁମାନିକ ଖର୍ଚ୍ଚ ୧ କୋଟି ଟଙ୍କା ହୋଇଥିଲା ।

ସେୟାର କରନ୍ତୁ

Next Post

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଭି.କେ.ପାଣ୍ଡିଆନ୍

Mon Nov 27 , 2023
ବାସ୍ତବ ବ୍ୟୁରୋ: ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ […]

You May Like

Breaking News

Pin It on Pinterest