ବାସ୍ତବ ବ୍ୟୁରୋ-ମହାରାଷ୍ଟ୍ର ଓ ଗୁଜରାଟ ରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ନବୀନ ଆଲୋଚନା କରିଥିଲେ । ସମସ୍ତଙ୍କୁ ବସ୍ ଯୋଗେ ଓଡିଶା ଆଣିବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ।
ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ନିରାପଦରେ ଫେରାଇ ଆଣିବାକୁ ଉଭୟଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ ହେବ । ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି।
ସେପଟେ, ବେଆଇନ ଭାବେ ଡଙ୍ଗା ଭଡ଼ା କରି ଅନ୍ୟ ରାଜ୍ୟରୁ ଲୋକ ଆଣୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଉପକୂଳ ଅଂଚଳର ସମସ୍ତ ଡଙ୍ଗାଚାଳକଙ୍କୁ ପରିବହନ ବିଭାଗ କଡା ଚେତାବନୀ ଦେଇଛନ୍ତି । ତଟବର୍ତୀ ଅଂଚଳ ଉପରେ କଡା ନଜର ରଖାଯାଉଛି ।
