ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଗଲା ୮ ଜୀବନ….

ବାସ୍ତବବ୍ୟୁରୋ(କେନ୍ଦୁଝର) : ମୃତ୍ୟୁ କେତେବେଳେ ଆସେ କିଏବା କହିବ ।ମା’ତାରିଣୀଙ୍କ ଦର୍ଶନର ଅଭିଳାଷା ଆଶାର ହିଁ ରହିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମ ନିକଟରେ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୮(ଆଠ)ଜୀବନ ।

ଖବର ଅନୁଯାଇ, ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ୩ଟି ପରିବାର ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ଟାଟା ୱିଙ୍ଗର ଗାଡିରେ ଆସୁଥିବା ବେଳେ ଜାତୀୟ ରାଜପଥ ନଂ ୨୨୦ରେ ବାଲିଯୋଡି ଗ୍ରାମର କିଛି ବାଟ ପୂର୍ବରୁ ତୀର୍ଥ ଯାତ୍ରୀ ଗାଡିଟି ସାମ୍ନାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା।ଫଳରେ ଗାଡିରେ ଥିବା ୭ ଜଣ ଯାତ୍ରୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟଣାସ୍ଥଳରେ ହିଁ ଘଟିଥିଲା ୯ ଜଣ ଆହତ ହୋଇଛନ୍ତି।ଭୋର ୫ଟା ବେଳେ ଏହି ଦୁର୍ଘଟଣା ହୋଇଛି ମାଟିଆ ଧୂଷରିଆ ଗାଡ଼ିକୁ ଦେଖି ନପାରି ଏହି ଦୁର୍ଘଟଣା ହୋଇଛି ବୋଲି ଜଣା ଯାଇଛି।

ଘଟଣା ଘଟିବା ପରେ ଡିଏମଏଫ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା।ପରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ଏକ ଛୋଟ ଶିଶୁର ମୃତ୍ୟୁ ହୋଇ ଯାଇଛି। ଅନ୍ୟ ସମସ୍ତ ଗୁରୁତର ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ କେନ୍ଦୁଝର ଏସପି,, ଘଟଗାଁ ଏସଡିପିଓ, ଘଟଗାଁ ଆଇଆଇସି,,ଘଟଗାଁ ତହସିଲଦାର,ଘଟଗାଁ ବିଡ଼ିଓ, କେନ୍ଦୁଝର ଆରଟିଓ ସମସ୍ତେ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ମୁକ୍ତିକାନ୍ତ ନାୟକ ଚିକିତ୍ସା ସେବାର ସ୍ଥିତି ପରିଚାଳନା କରୁଛନ୍ତି। ରାସ୍ତା କଡେ ଅଯଥାରେ ଟ୍ରକ୍ ପାର୍କିଂ ଏହି ଜୀବନ ନେଇ ଥିବାରୁ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହେଉନି ଲୋକେ କ୍ଷୋଭର ସହ କହିଛନ୍ତି।

ସେୟାର କରନ୍ତୁ

Next Post

ପ୍ରଶାସନର ଟାଳଟୁଳନୀତି "ମଧୁମଞ୍ଚ ପାଇଁ ଜାଗା ମିଳିଲାନି ବାଲିଯାତ୍ରାରେ...

Fri Dec 1 , 2023
ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା […]

You May Like

Pin It on Pinterest