ପ୍ରଶାସନର ଟାଳଟୁଳନୀତି “ମଧୁମଞ୍ଚ ପାଇଁ ଜାଗା ମିଳିଲାନି ବାଲିଯାତ୍ରାରେ…

ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା ସାହିତ୍ୟ ର ଆଲୋଚନା ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା କରାଯାଉଥିବା ଏବଂ ପ୍ରତ୍ୟେକ ଦିନ ମଧୁପ୍ରେମୀ, ଉତ୍କଳ ପ୍ରେମୀ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। କିନ୍ତୁ ପରିତାପର ବିଷୟ ଯେ, ଚଳିତ ବର୍ଷ ଆୟୋଜିତ ଏହି ଐତିହାସିକ ବାଲିଯାତ୍ରା ରେ ଏହି ମଧୁମଞ୍ଚ ଲାଗି କଟକ ମହାନଗର ନିଗମ ବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇ ସ୍ଥାନ ଦିଆଗଲା ନାହିଁ।

କଟକ ମହାନଗର ନିଗମ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ମହାନଗର ନିଗମ ମେୟର ଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା ଏବଂ ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ଙ୍କୁ ଅସମ୍ମାନ ତଥା ସର୍ବୋପରି ଉତ୍କଳ କୁ ଅସମ୍ମାନ କରିଥିବା କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ବିରୋଧରେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କଟକର ଗାନ୍ଧୀ ଭବନ ଠାରେ ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଭାରତ ମସଲାର ଅଧ୍ୟକ୍ଷ ତଥା ବରିଷ୍ଠ ମଧୁପ୍ରେମୀ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା, ମଧୁପ୍ରେମୀ ଶ୍ରୀ ସରୋଜ ଛୋଟରାୟ, ଶ୍ରୀ ସେବକ ସାମଲ, ଶ୍ରୀ ସଞ୍ଜିତ୍ ପାତ୍ର, ଶ୍ରୀ ଗୋଲକ ବିହାରୀ ଦାସ ଓ ଶ୍ରୀ ପ୍ରବୀଣ ବରାଳଙ୍କ ସହ ବହୁ ମଧୁପ୍ରେମୀ ଯୋଗଦେଇ ଏହି ବୈମାତୃକ ମନୋଭାବ ର ତୀବ୍ର ବିରୋଧ କରିଥିଲା ବେଳେ ଆଗାମୀ ଦିନରେ ଏହା ଏକ ତୀବ୍ର ଆନ୍ଦୋଳନ ର ରୂପ ନେବ ବୋଲି ପ୍ରକାଶ କରିଥିଲେ। ଅବଶେଷରେ ଶ୍ରୀ ଦୁଷ୍ମନ୍ତ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା "ମିଗଜୋମ୍"

Mon Dec 4 , 2023
ବାସ୍ତବ ବ୍ୟୁରୋ: ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍। ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ […]

You May Like

Pin It on Pinterest