ବାସ୍ତବ ବ୍ୟୁରୋ-ଯାଜପୁର ରେ ୫ ନୂଆ କଣ୍ଟେନମେଣ୍ଟ ଜୋନ । ପୁଣି ୫୪ ଘଣ୍ଟା ପାଇଁ ସଟ୍ ଡାଉନ୍ ହେଲା ଯାଜପୁର । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍ଡାଉନ ଘୋଷଣା କରାଯାଇଛି ।

ଯାଜପୁରର ୫ ବ୍ଲକ ସହ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ଯାଜପୁର ବ୍ଲକ,ଦଶରଥପୁର ବ୍ଲକ, ବରି ବ୍ଲକ,ବିଞ୍ଝାରପୁର ଓ କୋରେଇ ଏବଂ ଯାଜପୁର ପୌରପାଳିକା ଅବରୋଧ ଅଂଚଳ ଅବରୋଧ ଅଞ୍ଚଳ ଘୋଷଣା କରିଥିବା ଯୋଗୁଁ କେବଳ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ଗତକାଲି ଯାଜପୁରରେ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଯାଜପୁରର ମୋଟ୍ ଆକ୍ରାନ୍ତଙ୍କ ୧୮ ରହିଛି ଏବଂ ଜଣେ ସୁସ୍ଥ ହୋଇଛନ୍ତି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାଜପୁରରେ ଅବରୋଧ ଅଞ୍ଚଳ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ ।




