
ସଂଜୟ ଶତପଥୀ(କଟକ): ଦାରିଦ୍ର୍ୟ ସୀମାରେଖା ର ତଳେ ରାସ୍ତା କଡ଼ରେ ରହୁଥିବା ଅସହାୟ, ଦରିଦ୍ର, ନିଃସହାୟ ଓ ଅବହେଳିତ ତଥା ବୟସ୍କ ବ୍ୟକ୍ତିମାନେ ସଂପ୍ରତି ପ୍ରବଳ ଶୀତ ପ୍ରଭାବ ରେ ଦୟନୀୟ ଅବସ୍ଥାରେ ନିଜର ଜୀବନ କାଟୁଥିବା ବେଳେ ସହାୟତା ର ହାତ ବଢ଼ାଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ମିଶନ୍।
ବିଗତ ଦୁଇ ଦିନ ଧରି କଟକ ର ମାତାମଠସ୍ଥିତ ଶ୍ରୀରାମକୃଷ୍ଣ ମିଶନ୍ ର ପ୍ରମୁଖ, ସନାତନ ଧର୍ମର ଶ୍ରେଷ୍ଠ ପ୍ରଚାରକ, ଆଧ୍ୟାତ୍ମବାଦୀ ପରମପୂଜ୍ଯ ଶ୍ରୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ମାର୍ଗଦର୍ଶନ ରେ ଶ୍ରୀରାମକୃଷ୍ଣ ମିଶନ୍ ଅନୁଷ୍ଠାନ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ପ୍ରବଳ ଶୀତରେ ବିନା ଶୀତବସ୍ତ୍ର ରେ ଶୋଇଥିବା ଅସହାୟ ବ୍ୟକ୍ତିମାନଙ୍କୁ ବିଳମ୍ବିତ ରାତିରେ କମ୍ବଳ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ଓ ଶିକ୍ଷଣୀୟ ବିଷୟବସ୍ତୁ ଥୂଲା ଯେ ଶ୍ରୀରାମକୃଷ୍ଣ ମିଶନ୍ ର ଅଧ୍ୟକ୍ଷ ଶ୍ରୀ ମହାରାଜ କାର୍ଯ୍ୟକ୍ରମ ରେ ଭାଗନେଇ ସ୍ବୟଂ ଉପସ୍ଥିତ ରହି ବିନା ଶୀତବସ୍ତ୍ର ରେ ଶୋଇଥିବା ଅବସ୍ଥାରେ ଏହି ନିଃସହାୟ ବ୍ୟକ୍ତିମାନଙ୍କୁ କମ୍ବଳ ଘୋଡାଇ ଦେବା ଏବଂ ମିଶନ୍ ର ଯୋଗଦେଇଥିବା ସଦସ୍ୟ ମାନଙ୍କୁ ଏହି ପରି ମହତ୍ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିଜର ପ୍ରଚାର କରିବାର ଏହି କାର୍ଯ୍ୟକ୍ରମ ର ପ୍ରୟାସ ନୁହେଁ ବରଂ ଅସହାୟ ଗରିବ, ଦୁଃଖିମାନଙ୍କର ଅନ୍ତରର ବେଦନା କୁ ହୃଦୟଙ୍ଗମ କରି ସମାଧାନ ର ରାସ୍ତା ଖୋଜିବାର ଏହା ଏକ ପ୍ରୟାସ ବୋଲି ଅଧ୍ୟକ୍ଷ ଶ୍ରୀ ମହାରାଜ ମତାମତ ଦେଇ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ କରାଯିବାର ପ୍ରୟାସ ରହିଛି ବୋଲି ମତପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନ୍ ର ବହୁ ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଲାଗି ମିଶନ୍ ର ଅଧ୍ୟକ୍ଷ ପୂଜ୍ୟ ଶ୍ରୀ ମହାରାଜ ଙ୍କୁ ବହୁ ଅନୁଷ୍ଠାନ ତଥା ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।



