କଂଗ୍ରେସ ରେ ମିଶିବେ କି ଜିଲ୍ଲା ପରିଷଦ ଅଧ୍ୟକ୍ଷ….

ନର୍ଲା(ସନ୍ତୋଷ ପାତ୍ର)ତା ୧୯/୦୧/୨୪: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ନର୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୂଖ ଦଳର ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଦଳୀୟ ଟିକେଟ ପାଇବା ଆଶାରେ ଦଳ ବିରୋଧୀ କାର୍ଯ୍ୟକଳାପ ସହିତ ବିରୋଧି ଦଳର ମୁଖିଆ ଙ୍କ ସହିତ ସାକ୍ଷାତ କରୁଥିବା ସଧାରଣରେ ଆଲୋଚନା ହେଉଛି।

କଛି ଦିନ ତଳେ ବିଜୁ ଜନତା ଦଳ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନର୍ଲା ବିଧାୟକ ବଳଭଦ୍ର ମାଝୀ ବିଜେଡ଼ି ଦଳ ରୁ ଇସ୍ତପା ଦେଇଥିବା ବେଳେ ଆଜି ଏମିତି ଏକ ଫୋଟୋ ଭାଇରାଲ ହେଉଛି ଯାହା କି ନର୍ଲା ବିଧାନ ସଭା ବିଜେଡ଼ି ଟିକେଟ ଆଶାୟୀ ପ୍ରାର୍ଥୀ ତଥା କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ଏବଂ କଳାହାଣ୍ଡି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଲୋଚନା କରୁଥିବା ଫୋଟୋ ଭାଇରାଲ୍ ହୋଇଥିବା ଘଟଣା ବିଜେଡ଼ି କଂଗ୍ରେସ ଓ କର୍ମୀ ଙ୍କୁ ଚକିତ କରିଛି ।

ରାଜନୀତି ସମୀକ୍ଷକ ମତରେ ଆଗକୁ ୨୦୨୪ ସଧାରଣ ନିର୍ବାଚନ ଥିବାବେଳେ କେଉଁ ନେତା କେଉଁ ଦଳକୁ ଡିଆଁ ମାରିବେ ତାହା ସମୟ ଆସିଲେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।

ସେୟାର କରନ୍ତୁ

Next Post

ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ

Mon Jan 22 , 2024
ବାସ୍ତବ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି […]

You May Like

Pin It on Pinterest