ଆସନ୍ତା ୨୭ରେ ରାଜ୍ୟର ସବୁ ସ୍କୁଲ କଲେଜ ଛୁଟି

ଆସନ୍ତା ୨୭ ତାରିଖରେ ସମ୍ବଲପୁରର ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟିଘୋଷଣା କରିଛନ୍ତି ରାଜ୍ୟ ସରକାର। ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ଶନିବାର ହେବ। ଏଥିପାଇଁ ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି। ସେଗୁଡ଼ିକ ହେଲା ମାଆ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ, ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ପାଇଁ ଗୁରୁତ୍ୱ, ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ୱ ଓ ମନ୍ଦିର ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ରହିଛି।

ସେୟାର କରନ୍ତୁ

Next Post

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

Thu Jan 25 , 2024
ବାସ୍ତବ ବ୍ୟୁରୋ: ଫେବୃଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଆଇଆଇଏମ୍‌ କାର୍ଯ୍ୟକ୍ରମ ସହ କିଛି ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି […]

You May Like

Pin It on Pinterest