ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ମତଦାତା ଦିବସ ପାଳିତ….

ସଂଜୟ ଶତପଥୀ(କଟକ): ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ସାରା ଭାରତରେ ଆୟୋଜିତ ହେଉଥିବା ନବ ମତଦାତା ସମ୍ମିଳନୀ ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇଭ ଉଦବୋଧନ ଦେଇଥିଲେ . ଓଡିଶାରେ ୪୦୦ ଟି ସ୍ଥାନରେ ଏବଂ କଟକରେ ବାଇମୁଣ୍ଡି ଓ ବାରବାଟି ମଣ୍ଡଳ ତରଫରୁ ଏହି ଭବ୍ୟ କାର୍ଯ୍ୟକ୍ରମ କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହରିଚନ୍ଦନ ନାୟକଙ୍କ ନେତୃତ୍ୱରେ ବିଡାନାସୀ,ଶ୍ରୀରାମ ମଣ୍ଡପରେ ଏବଂ ଗୋପାଳଜୀଉ ମଣ୍ଡଳ, କାଠଯୋଡ଼ି ମଣ୍ଡଳ ର କାର୍ଯ୍ୟକ୍ରମ ଚୌଧୁରୀ ବଜାର ସ୍ଥିତ ଗୋପାଳଜୀଉ ମଣ୍ଡପରେ ହୋଇଥିଲା ।

ଭାଜପା ଯୁବ ମୋର୍ଚ୍ଚାର ସମସ୍ତ ମଣ୍ଡଳ ସଭାପତି ଓ ଯୁବ ୱାର୍ଡ ପ୍ରମୁଖଙ୍କ ସହିତ ଦୁଇଟି ସ୍ଥାନରେ ୧୦୦୦ରୁ ଉର୍ଦ୍ଧ ନୂତନ ମତଦାତା ଯୋଗଦେଇଥିଲେ ।ଆଜି ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦିଜୀ ସମସ୍ତ ନୂତନ ମତଦାତାଙ୍କୁ ପ୍ରଣାମ କରି ଏହି ଐତିହାସିକ ମୁହୂର୍ତ କୁ ଅଦ୍ଭୁତ ପୂର୍ବ ବୋଲି ବର୍ଣ୍ଣନା କରିଥିଲେ ।ଦେଶର ପ୍ରାଣ ଶକ୍ତି ଏହି ଯୁବଶକ୍ତିଙ୍କୁ ଦେଶ ଗଠନ ପ୍ରକ୍ରିୟାରେ ଏକ ଏକ ଭୋଟ ବହୁତ ଗୁରୁତ୍ୱପୂର୍ଣ ବୋଲି କହି, ଆଗାମୀ ନିର୍ବାଚନ ରେ ଦେଶକୁ ତୃତୀୟ ଆର୍ଥିକ ମହାଶକ୍ତି ରୂପେ ପହଞ୍ଚାଇବାକୁ ଭାଜପାକୁ ଭୋଟ ଦେବାକୁ ନିବେଦନ ଜରିଥିଲେ।

ଏଥିରେ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ଲୋକସଭା ବିସ୍ତାରକ ମୃତ୍ୟୁଞ୍ଜୟ ଜେନା, ସରସ୍ବତୀ ବିଦ୍ୟାମନ୍ଦିର ପ୍ରିନସିପାଲ ହୃଷିକେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ରଖିଥିଲେ.ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା ଓ ଗୀତା ଦାସ,ନମିତା ମିଶ୍ର, ମହମଦ ସବିର ଅନୁପମ ଦାସ, ଅଂଶୁମାନ ମିଶ୍ର, ଯୁବ ମୋର୍ଚ୍ଚା ସମ୍ପାଦକ ଗଗନ ଓଝା, ଜିଲ୍ଲା ନମୋ ଆପ ସଂଯୋଜକ କୁମାର ରାଜମନ୍ୟୁ, ରାଜ୍ୟ ଯୁବମୋର୍ଚା ସଂଯୋଜକ ଶିବନାରାୟଣ ନାୟକ,ସୋସିଆଲ ମିଡ଼ିଆ ସଂଯୋଜକ ଯୋଗେନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ସୌମ୍ୟ କାନ୍ତ ନାୟକ,ସରୋଜ ସ୍ୱାଇଁ,କଳ୍ପନା ବେହେରା,ବାସୁଦେବ ମହାନ୍ତି, ଜ୍ୟୋତି ପ୍ରକାଶ ମଲ୍ଲ ,ଜିଲ୍ଲା ସଂଯୋଜକ ସ୍ମୃତି ରଞ୍ଜନ ମହାନ୍ତି,ଆୟୁଷ ମହାନ୍ତି,ଦେବାଶିଷ ବେହେରା, ସମ୍ବିତ ବେହେରା,ଗୌତମ ସାହୁ, ସନ୍ଦୀପ ବିଶ୍ୱାଳ, ଦିବ୍ୟରଞ୍ଜନ ମହାନ୍ତି,ପ୍ରେମାନନ୍ଦ ଦାସ,ତପନ ବେହେରା, ସୂର୍ଯ୍ୟ ସାମଲ,ଅଭିଜିତ ସ୍ୱାଇଁ, ରାହୁଲ ବେହେରା,ସୁବାଷ ମହାନ୍ତି, ଦିଲ୍ଲୀପ ସାହୁ, ଶରତ ଭୋଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

Fri Jan 26 , 2024
ବାସ୍ତବ ବ୍ୟୁରୋ: ଜାନୁଆରି ୨୭ ଅର୍ଥାତ ଆସନ୍ତାକାଲି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ। ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି। ଏହା କୋଟି […]

You May Like

Pin It on Pinterest