ଦେଖା ହେଲେ ଭୁଲିଯିବା ଆମ ସେ ପୁରୁଣା କଥା !

ଭୁବନେଶ୍ୱର(ବାସ୍ତବ ଟିଭି): ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ନିର୍ବାଚନ ପାଇଁ ଚାଲିଛି ସମସ୍ତ ରାଜନୈତିକ ଦଳର ଘର ସଜଡ଼ା । କାଲି ଯାହା ସହିତ କଳି ଆଜି ତାକୁ କୋଳାକୋଳି । ଏମିତି ରାନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଖିବାକୁ ମିଳିଛି କିଛି ରୋମାଞ୍ଚକର ଉଚ୍ଚସ୍ତରୀୟ ଦଳୀୟ କର୍ମୀଙ୍କ ନାଟକ । ଯେଇଁଠିକି ଗୋଟିଏ ରାଜନୈତିକ ଦଳର କର୍ମୀ ଆଉ ଏକ ରାଜନୈତିକ ଦଳକୁ ବାରମ୍ବାର ବିଧୋର କରିଆସିବାସହ କଡ଼ା ଭାଷାରେ ସମାଲୋଚନା କରୁଥିଲା ଆଜି ସେହି ଦୁଇ ଦଳର କର୍ମୀ ଗୋଟିଏ ଦଳର ନେତା ଓ ନେତ୍ରୀ । ଆମେ ଆଉ କାହା କଥା କହୁନୁ କହୁଛୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଡ଼ଃ ଦାମଦର ରାଉତଙ୍କ କଥା ।

୨୦୧୭ ଅକ୍ଟୋବର ୨୫ ତାରିଖରେ ଦାମଙ୍କ ମନ୍ତବ୍ୟନେଇ ବିଜେପି ନେତ୍ରୀ ଲେଖାଶ୍ରୀ ଓ ଓଡ଼ିଶା ରାଜନୀତିରେ ଯେମିତି ଲାଗିଥିଲା ଶକ୍ତ ଭୂକମ୍ପ । ଯେଉଁଥିରେକି ଓଡ଼ିଶା ରାଜନୀତି ପୁରା ହୁଲୁସ୍ତୁଲ ୁ ହୋଇଯାଇଥିଲା । ପୂର୍ବର ସୂଚନାମୁତାବକ ଅଙ୍ଗନୱାଡ଼ି କର୍ମୀ ନିଜର ହକ ପାଇଁ ଧାରଣାରେ ବସିଥିବାବେଳେ ଲେଖାଶ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ସହ ଦାମଙ୍କୁ ଶ୍ରୀଖଣ୍ଡୀ ବୋଲି କହିଥିଲେ । ଆଉ ତାପରେ ପରେ ଶୁଣିବାକୁ ମିଳିଥିଲା ଦାମଙ୍କ ମନ୍ତବ୍ୟ ।

ଦାମ ଯାଜପୁର ବିଞ୍ଝାରପୁରର ଏକ ସଭାରେ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଦେଇଥିବା ମନ୍ତବ୍ୟକାରଣରୁ ପଡ଼ିଥିଲା ଉଠିଥିଲା ରାଜ୍ୟ ରାଜନୀତି । ତାଛଡ଼ା ସେହି ବିଞ୍ଝାରପୁରର ମଞ୍ଚରୁ ବିଜେପି ନେତ୍ରୀ ଲେଖାଶ୍ରୀଙ୍କୁ ଆକ୍ଷେପକରି ଦାମ ଦେଇଥିଲେ ଅଙ୍ଗନୱାଡ଼ି ମନ୍ତବ୍ୟ । ଦାମ କହିଥିଲେ କି ‘ମତେ ଗୋଟେ ବିଜେପି ନେତ୍ରୀ’ ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି କହିଲା କ’ଣ ନା ନବୀନ ଧ୍ରୁତରାଷ୍ଟ୍ର ଆଉ ଦାମ ରାଉତ ଶ୍ରୀଖଣ୍ଡୀ, ମାତ୍ର ଦାମଙ୍କର ଏହି କେଇପଦ କଥା ପରେ ହୋହାଲ୍ଲା ଓ ହଙ୍ଗାମା କରିଥିଲା ବିଜେପି । ଏବଂ ଏହି କଥାକୁ ନେଇ ରାଜ୍ୟ ରାଜନୀତିରେ ରାଜନୀତି ଝଡ଼ ଯୋରଦାର ଲାଗିରହିଥିଲା । ହେଲେ ଆଜି ସମୟ ବଦଳିଛି ସେହି ରୋଜନୈତିକ ଶତୃତା କାରଣ ଦାମ ବାକୁ ଦଳରେ ମିଶିବା ପରେ ସେମିତି କିଛି ଶୁଣିବାର ଆଭାସ ମିଳିନାହିଁ ।

୨୦୧୭ ଅକ୍ଟୋବର ୨୫ ରୁ ଏବେର ୨୦୧୯ ମାର୍ଚ୍ଚ ମଧ୍ୟରେ ମତ୍ର ୧୮ ମାସର ବ୍ୟବଧାନରେ ବାଘ ଓ ଛେଳ଼ି ଗୋଟିଏ ଘାଟରେ ପାଣି ପିବା ପରି ଦେଖିବାକୁ ମିଳିଛି । ଅର୍ଥାତ୍ ଗୋଟିଏ ଦଳରେ ବିଜେପି ନେତ୍ରୀ ଲେଥାଶ୍ରୀ ଓ ଦାମ ବାବୁଙ୍କ ଆର୍ବିଭାବକୁ ନେଇ ଆଗାମି ଦିନରେ କ’ଣ ମନ୍ତବ୍ୟ ଆସିବ ତାକୁ ନେଇ ଗୋଟିଏ ପଟେ ସାଧାରଣରେ କଳ୍ପନାଜଳ୍ପନା ଚାଲିଥିବାବେଳେ, ଆଉ ଗୋଟିଏ ପଟେ ଆଗକୁ ଆସୁଥିବା ଦଳୀୟ କାର୍ଯ୍ୟରେ ଗୋଟିଏ ମଞ୍ଚରେ ଏକାଠି ହେବା ପୂର୍ବରୁ ପୁରୁଣା କଥାକୁ କ’ଣ ଲେଖା ଓ ଦାମ ଭୁଲିଯିବେ । ନା ଆଉ କିଛି ହାଇ ଭୋଲଟେଜ୍ ଡ଼୍ରାମା ଦେଖିବାକୁ ମିଳିବ ତାହା ଦେଖିବାକୁ ବାକି ରହିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିଦ୍ଧାନ୍ତଙ୍କ ବିଷ୍ଫୋରକ ବୟାନ୍ !

Sun Mar 17 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନକୁ ନେଇ ଦେଲେ ବିଷ୍ଫୋରକ ବୟାନ । ବିଜେଡ଼ିକୁ ନେଇ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ତାଛଡ଼ା ସେ କହିଛନ୍ତିକି ନବୀନ […]
sridhat

You May Like

Pin It on Pinterest