
ବାସ୍ତବ ବ୍ୟୁରୋ: ଆସନ୍ତା ଫେବୃଆରୀ ୨୭ରେ ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ। ଏଥିନିମନ୍ତେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ।
ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଏହି ୩ ସାଂସଦ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ।
ଏହି ନିର୍ବାଚନ ପାଇଁ ନିର୍ବାଚନ ପାଇଁ ଫେବୃଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଫେବୃଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି କୁହାଯାଇଛି। ଫେବୃଆରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ଏହାପରେ ୨୭ ତାରିଖରେ ହେବ ଭୋଟ ଗ୍ରହଣ।