ଅବହେଳିତ ଆଦିବାସୀ ଗ୍ରାମ ବୁଦେଲପଦର୍ କୁ ପରିଦର୍ଶନ କଲେ ସମାଜସେବୀ ବାବୁଲି ମଣ୍ଡଳ….

ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବହେଳିତ ସମସ୍ୟା ବହୁଳ ବୁଦେଳପଦର୍ ଗ୍ରାମକୁ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ ତଥା ରାଜ୍ୟ ବିଜେଡି ସମ୍ପାଦକ ଓ ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଅଚାନକ ଗ୍ରସ୍ତ ରେ ଆସି ବୁଦେଲପଦର୍ ଗ୍ରାମରେ ପହଞ୍ଚିଥିଲେ ।

ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଙ୍କ ଗହଣରେ କିଛି ସମୟ ଭାବର ଆଦାନ ପ୍ରଦାନ କରିଥିଲେ ଏପରି ସ୍ଥଳେ ଗ୍ରାମବାସୀ ମାନେ ଶ୍ରୀ ମଣ୍ଡଳ ଙ୍କୁ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ରାସ୍ତା ଘାଟ ପାନୀୟ ଜଳ ଶିକ୍ଷା ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ସମସ୍ତ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସମାଧାନ କରାଯିବ ବୋଲି ଶ୍ରୀ ମଣ୍ଡଳ ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ପ୍ରଦାନ କରିଛନ୍ତି । ବିଶେଷ କରି ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗମନାଗମନ ପାଇଁ ବୁଦେଲପଦର୍ ଠାରୁ ତୁଳା ଗାଁ ଓ ବେହେରାପାଟି ରାଜରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରି ରାସ୍ତା ସମସ୍ୟା ଦୂର କରାଯାଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ଏହି କ୍ରମରେ ଗ୍ରାମର ଶତାଧିକ ପରିବାର କୁ ଶୀତୁଆ କମ୍ବଳ ବଣ୍ଟନ କରାଯାଇଥିବା ବୁଦେଲପଦର୍ ଗ୍ରାମର ୱାର୍ଡ ସଭ୍ୟା ସୁର୍ଯ୍ୟକାନ୍ତୀ ମାଝୀ ସୂଚନା ଦେଇଛନ୍ତି ।

ଏହି ଗ୍ରାମରେ ଶତାଧିକ ଗ୍ରାମବାସୀ ଙ୍କ ସମେତ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ କୁମୁଦ ଚନ୍ଦ୍ର ନାଏକ , ଶତୃଘ୍ନ ସେନାପତି ବରିଷ୍ଠ ନାଗରିକ ଗଜିନ୍ଦ୍ର ପଧାନ ଓ ଦୟା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

କାନପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର....

Tue Jan 30 , 2024
ନିରଞ୍ଜନ ମିଶ୍ର(କାନପୁର):୩୦/୧ ଆଜି କାନପୁର ଆଞ୍ଚଳିକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଅଧ୍ୟକ୍ଷ ରଜନୀକାନ୍ତ ସାହୁ ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଏବଂ ଅଧ୍ୟାପକ ସୁଜିତ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଭାରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟବ୍ରତ ପଣ୍ଡା, ମୁଖ୍ୟବକ୍ତା ଭାବେ ବାଙ୍କୀ […]

You May Like

Pin It on Pinterest