କାନପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର….

ନିରଞ୍ଜନ ମିଶ୍ର(କାନପୁର):୩୦/୧ ଆଜି କାନପୁର ଆଞ୍ଚଳିକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଆଲୋଚନାଚକ୍ରରେ ଅଧ୍ୟକ୍ଷ ରଜନୀକାନ୍ତ ସାହୁ ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଏବଂ ଅଧ୍ୟାପକ ସୁଜିତ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଭାରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟବ୍ରତ ପଣ୍ଡା, ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟର ଅଧ୍ୟାପକ ବେଣୁଧର ପ୍ରଧାନ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଏହା ସହ ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି ଓ ଅଧ୍ୟାପକ ଭାଗିରଥି ରାଉତ, ଛାତ୍ରୀ ଗାୟତ୍ରୀ ପ୍ରବନ୍ଧ ପାଠ କରିଥିଲେ ।

ଶେଷରେ ଅଧ୍ୟାପକ ସୁଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ପରିସମାପ୍ତି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ମର୍କତ କେଶରୀ ପାତ୍ର,କାହ୍ନୁଚରଣ ସାହୁ, ନବକିଶୋର ମିଶ୍ର,କୃପାସିନ୍ଧୁ ସାହୁ, ଲିତୁନ ନାୟକ, ତପନ କୁମାର ପଣ୍ଡା ଅଧ୍ୟାପିକା ପୌର୍ଣ୍ଣମାଶି ପଣ୍ଡା, ଅନନ୍ୟା ପ୍ରୀତିପନ୍ନା, କ୍ଷୀରାବ୍ଧି ତନୟା ରଥ, ମିଲି ସାହୁ, ରଜନୀ ରାଣୀ ବେହେରା, ଶୁଭସ୍ମିତା ମିଶ୍ର ଏବଂ ଲିଟିନା, ଲକ୍ଷ୍ମୀ, ନମିତା, ଅକ୍ଷୟ,ସୁନିଲ, ତପନ, ରୁଦ୍ର, କାହୁଁ, ସୌମ୍ୟ,ବିଷ୍ଣୁପ୍ରିୟା, ବର୍ଷା ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସେୟାର କରନ୍ତୁ

Next Post

ରେଳ ବଜେଟରେ ଓଡ଼ିଶାକୁ ୧୦୫୩୬ କୋଟି ଟଙ୍କା ଆବଣ୍ଟନ

Thu Feb 1 , 2024
ବାସ୍ତବ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦୫୩୬କୋଟି ଟଙ୍କାର ରେଳବାଇ ଆବଣ୍ଟନ ହୋଇଛି। ଆଜି କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ ହେବାପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୦୫୩୬କୋଟି ଟଙ୍କା ବରାଦ ହୋଇଛି […]

You May Like

Pin It on Pinterest