ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍-୧୯ ଓ ଲକ୍‌ଡାଉନ୍ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଓଡିଶା ସମେତ ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି।

ଆଜିର ବୈଠକରେ ପ୍ରଥମେ କହିଥିଲେ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ଣ୍ଣଡ୍ ସାଙ୍ଗ୍‌ମା । ସେ କହିଲେ କି, ମେ ୩ ତାରିଖ ପରେ ମଧ୍ୟ ତାଙ୍କ ରାଜ୍ୟରେ ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ଗମନାଗମନ ଉପରେ କଟକଣା ଜାରି ରଖିବ। କିନ୍ତୁ, ଅତ୍ୟାବଶ୍ୟକ ସେବା ଓ ଡାକ୍ତରୀ ସେବା ନିମନ୍ତେ ଗମନାଗମନକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା କହିଲେ କି, ଲକ୍‌ଡାଉନ୍‌ ସମୟରେ ସେମାନେ ଧାର୍ମିକ ହୋଇଯାଇଛନ୍ତି ଏବଂ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହା ସ୍ବୀକାର କରିବେ। ରାଜ୍ୟର ସ୍ବାସ୍ଥ୍ୟ ସେବାକାରୀଙ୍କ ନିମନ୍ତେ ପିପିଇ ଯୋଗାଣରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ପୁଦ୍ଦୁଚେରୀର ମୁଖ୍ୟମନ୍ତ୍ରୀ ବି ନାରାୟଣସ୍ବାମୀ କହିଛନ୍ତି। ମେ ୩ ତାରିଖରେ ଲକ୍‌ଡାଉନ୍‌ ଉଠିଗଲେ କଳକାରଖାନା ଚାଲୁ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଏହାଛଡ଼ା କୋଭିଡ୍-୧୯ ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ଚାହିଁଛନ୍ତି ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍ କହିଲେ କି, ଅଗ୍ରଗତି କରିବାର ମୂଳ ହେଉଛି ଆର୍ଥିକ ପୁନରୁଥ୍ଥାନ। ସତର୍କତାମୂଳକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇ ପର୍ଯ୍ୟାୟକ୍ରମେ ବାଣିଜ୍ୟ ବ୍ୟବସାୟ ଆରମ୍ଭ ହେବ। ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳ ଉତ୍ତରାଖଣ୍ଡ ଲକ୍‌ଡାଉନ୍‌ ଯୋଗୁଁ ଖୁବ୍ ପ୍ରଭାବିତ ହୋଇଛି ।

ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ଏବେ ଆର୍ଥିକ କାରବାର ଆରମ୍ଭ କରିବା ସ୍ଥିତିରେ ଅଛୁ। କିନ୍ତୁ, ଅନ୍ୟ ରାଜ୍ୟମାନଙ୍କ ସହିତ ପରାମର୍ଶ କରି ଲକ୍‌ଡାଉନ୍ ଜାରି ରଖାଯିବା ଉଚିତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଆମେ ସମସ୍ତେ ଏକତ୍ର କାମ ଚାଲୁ ରଖିବା । ବିଶ୍ବର ଏଭଳି ସ୍ଥିତିରେ ଭାରତ ତା’ର ଉପସ୍ଥିତି ଜାହିର କରିବ। ନୀତି ଆୟୋଗ ସଂସ୍କାରମୂଳକ ଉପାୟ କରିବ। ଜାତୀୟ ଲକ୍‌ଡାଉନ୍ ଜାରି ରହିବା ଉଚିତ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପକୁ ଅନୁମତି ମିଳିବା ଉଚିତ। ସାଧାରଣ ସମାବେଶ, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପୂର୍ଣ୍ଣରୂପେ ବନ୍ଦ ରହୁ। କେବଳ ରାଜ୍ୟ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ । ପୋଲିଓ ଅଭିଯାନ ଭଳି ଘରକୁ ଘର ସ୍କ୍ରିନିଙ୍ଗ୍ କରିଛୁ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଭିଡିଓ କନ୍‌ଫରେନ୍ସିଙ୍ଗ୍‌ରେ କହିଛନ୍ତି। ଏ ପର୍ଯ୍ୟନ୍ତ ୪ କୋଟି ଲୋକଙ୍କୁ ସ୍କ୍ରିନିଙ୍ଗ୍ କରାଯାଇ ସାରିଲାଣି।

ଦିଲ୍ଲୀ ସରକାର ମେ ୧୫ ଯାଏ ଲକ ଡାଉନ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏ ବଢ଼ାଇବାକୁ ଚାହୁଁଛନ୍ତି । ସେହପରି ଓଡିଶା ସମେତ ପଂଜାବ,ମଧ୍ୟପ୍ରଦେଶ,ପଶ୍ଚିମବଂଗ ବି ଲକ୍ ଡାଉନ୍ ବଢ଼ାଇବା ସପକ୍ଷରେ ଅଛନ୍ତି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ରେ ପଂହଚିଥିବା ବେଳେ ଏହି ରାଜ୍ୟ ମାନେ ଏବେ ରିକ୍ସ ନେବା ମୁଡରେ ନାହାନ୍ତି । ତେବେ ବୈଠକ ଶେଷରେ ମୋଦି କହିଛନ୍ତି , ସେ କହିଛନ୍ତି ଯେ ତାଲାବନ୍ଦର ପ୍ରଭାବ ପଡ଼ିଛି ଏବଂ ଲାଭ ମଧ୍ୟ ମିଳୁଛି । ସାମୂହିକ ପ୍ରୟାସର ପ୍ରଭାବ ଏବେ ଦେଖିବାକୁ ମିଳିଛି ବୋଲି ମୋଦି କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା

Mon Apr 27 , 2020
ବାସ୍ତବ ବ୍ୟୁରୋ-ଆଜି ସକାଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବୈଠକରେ ଦେଶରେ ଲକଡାଉନ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ନେଇଥିଲେ ମୋଦି । ଏଥିସହ ବୈଠକ ଶେଷ ପରେ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏହାର ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ପରିସ୍ଥିତିକୁ ନଜରରେ […]

You May Like

Pin It on Pinterest