ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ। 

ବାସ୍ତବ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଆଜି କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରିଛନ୍ତି। 

ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିକ କରିବା ନେଇ ଘୋଷଣା କରି କହିଛନ୍ତି, “ଚୌଧୁରୀ ଚରଣ ସିଂହ କୃଷି ଏବଂ କୃଷକଙ୍କ ଅଧିକାର ତଥା କଲ୍ୟାଣ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେହିପରି ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଭାରତକୁ ଆର୍ଥିକ ଦୃଷ୍ଟିରୁ ଉନ୍ନତ କରିବା ତଥା ଦେଶର ସମୃଦ୍ଧତା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। “

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମଏସ ସ୍ୱାମୀନାଥନଙ୍କ ନାମକୁ ଭାରତ ରତ୍ନ ପାଇଁ ଘୋଷଣା କରି କହିଛନ୍ତି, “ଖୁବ୍ ଖୁସିର ବିଷୟ କି ଦେଶର କୃଷି ଓ କୃଷକଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ଡ. ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଯାଉଛନ୍ତି। ସେ ଦେଶର ଆହ୍ୱାନପୂର୍ଣ୍ଣ ସମୟରେ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ କୃଷିକୁ ଆଧୁନିକୀକରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ।

ଡକ୍ଟର ସ୍ୱାମୀନାଥନଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ, ବରଂ ଦେଶର ଖାଦ୍ୟ ନିରାପତ୍ତା ତଥା ସମୃଦ୍ଧତାକୁ ମଧ୍ୟ ଦୃଢ କରିଛି। ସେ ଜଣେ ବ୍ୟକ୍ତି, ଯାହାଙ୍କୁ ମୁଁ ଅତି ନିକଟରୁ ଜାଣିଥିଲି ଏବଂ ସର୍ବଦା ତାଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଉଥିଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।”

ସେୟାର କରନ୍ତୁ

Next Post

ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବାର ସଙ୍କଳ୍ପ ରେ ମ୍ଯୂଜିକ୍ କାଫେ....

Fri Feb 9 , 2024
ସଂଜୟ ଶତପଥୀ(କଟକ): ପ୍ରାଚୀନ ଉତ୍କଳ ତଥା ବର୍ତ୍ତମାନ ର ଓଡ଼ିଶାର ଶ୍ରେଷ୍ଠ କଳା ଲୋକ ସଙ୍ଗୀତ ଆଧୁନିକତା ର ଚାପରେ ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଥିବା ବେଳେ ଏବଂ ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ନିରବି ଯାଇଥୂବା ବେଳେ ଏବଂ ନିଜର ଦୈନିକ କର୍ମବହୁଳ ତଥା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ନିଜର ଅପାସୋରା ସଙ୍ଗୀତ କଳାକୁ ଘର କଣରେ ଏକୁଟିଆ ବସି ଲୁହ ଭିଜା ଆଖି ରେ ଗୁଣୁଗୁଣୁ […]

You May Like

Pin It on Pinterest