୧୬ଦିନରେ ମୁଖ୍ୟମନ୍ତ୍ରୀ ତୃତୀୟ ସମ୍ବଲପୁର ଗସ୍ତ ଆଜି…

ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।

ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

ଏହି କାର୍ୟ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଗତ ଜାନୁଆରୀ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସମଲେଇ ପ୍ରକଳ୍ପ ଲୋକାର୍ପଣ କରିଥିଲେ । ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଇଆଇଏମ ଉଦଘାଟନ କାର୍ୟ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏବେ ପୁଣି ୧୧ ତାରିଖରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରମାଲ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗଦେବେ । ଏହିଭଳି ଭାବରେ ୧୬ ଦିନର ଅବଧି ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ସମ୍ବଲପୁର ଗସ୍ତ ହେବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।ସମ୍ବଲପୁରକୁ ଜାତୀୟ ସ୍ତରର ପ୍ରମୁଖ ବିଜେପି ନେତାଙ୍କ ନିୟମିତ ଭାବେ ଘନ ଘନ ଗସ୍ତ ହେଉଛି । ଜିଲ୍ଲାରେ ବିଜେପି ପାଇଁ ଏକ ମାହୋଲ ତିଆରି ହେଉଥିବାବେଳେ ଏହାକୁ ଚେକ୍ ଦେବପାଇଁ ମୁଖ୍ୟମନ୍ତ୍ରୀଙ୍କ ବାରମ୍ଭାର ସମ୍ବଲପୁର ଗସ୍ତ ବିଜେଡିର ଏକ ରଣନୀତି ବୋଲି ମତ ପ୍ରକାଶ ପାଇଛି । କେନ୍ଦୁପତ୍ର କର୍ମଚାରୀ ସଂଘ ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ବିଜେଡିର ସଂଗଠନ ପାଇଁ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେୟାର କରନ୍ତୁ

Next Post

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି...

Mon Feb 12 , 2024
ବାସ୍ତବ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଅନ୍ୟ ଗୋଟିଏ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ଉଲ୍ଲେଖ ଥାଉ କି […]

You May Like

Pin It on Pinterest