କେ.କେ.ଡି.ଏ ଆତ୍ମସାତ କରୁଛି ମନରେଗା ଟଙ୍କା….


ନର୍ଲା୧୪/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ କେ.କେ.ଡି.ଏ ସଂସ୍ଥା କାର୍ଯ୍ୟାଳୟ ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ରୁ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ ସୂଚାରୁ ରୂପେ କର୍ଯ୍ୟ ତୁଲାଇଥିବା ବ୍ଳକ୍ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଛି।

ମାଦାଙ୍ଗ ଦାନି ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ଚଳିତ୨୦୨୩ -୨୦୨୪ ଆର୍ଥିକ ବର୍ଷରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀ ଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଂଚାୟତ ସ୍ଥିତ ମାଦାଙ୍ଗଦାନି ଡଙ୍ଗର ଠାରେ ଷ୍ଟାଗରଷ୍ଟେଞ୍ଚ କାର୍ଯ୍ୟାଦେଶ ୨୪୧୦/ଡିପି/୧୦୮୫୨୩୯୯ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଥିବା ବେଳେ ଉକ୍ତ କାର୍ଯ୍ୟକୁ କାଗଜ ପତ୍ର ମାଧ୍ୟମରେ କଳା କୁ ଧଳା କରୁଥିବା ବିଭାଗୀୟ ଅଧିକାରୀ ମାନେ ନିଜର ସମ୍ପର୍କୀୟ ମାନଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ଏକ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହଡ଼ପ କରାଯାଇ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ଉକ୍ତ ଗ୍ରାମର ଜବକାର୍ଡ ଧାରି ମାନଙ୍କୁ କର୍ଯ୍ୟରେ ନିୟୋଜିତ ନ କରାଇ ମୁଣ୍ଡାଗାଁ, ଉଳିଗୁଞ୍ଜେର ,ଅନ୍ୟାନ୍ୟ ଗ୍ରାମର କେତେଜଣ ଶ୍ରମିକ ମାନଙ୍କୁ ଜବ କାର୍ଡ ମନରେଗା ମାଧ୍ୟମରେ ଷ୍ଟାଗରଷ୍ଟ୍ରେଞ୍ଚ ଭଳି ଲକ୍ଷ ଲକ୍ଷ ଟଙ୍କାରେ ବିଭିନ୍ନ କାମ କେ.କେ.ଡି ପ୍ରକଳ୍ପ ଦ୍ୱାରା କୋଟି କୋଟି ଟଙ୍କା ଆତ୍ମସାତ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ତେଣୁ କେ କେ ଡି ଏ ଟଙ୍କା ହଡ଼ପ କରିବା ପଛରେ କାହାର ହାତ ଅଛି ଜିଲ୍ଲାପାଳ ମୋହୋଦୟା ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

ସେୟାର କରନ୍ତୁ

Next Post

ସାଧାରଣ ବୀମା ପେନସନର୍ସ ସଂଘ , ଓଡ଼ିଶା ଶାଖାର ଅଧିବେଶନ....

Wed Feb 14 , 2024
ସଂଜୟ ଶତପଥୀ(କଟକ): କଟକର ବକ୍ସି ବଜାରସ୍ଥିତ ଓ୍ବାଇ.ଏମ୍.ସି.ଏ.ର ସମ୍ମିଳନୀ କକ୍ଷରେ ସାଧାରଣ ବୀମା ପେନସନର୍ସ ସଂଘ, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ଅଧିବେଶନର ଆୟୋଜନ ହୋଇଯାଇଛି। ସର୍ବଭାରତୀୟ ପେନସନର୍ସ ଫେଡେରେସନ୍ ର ସାଧାରଣ ସଚିବ ଉଦୟନ୍ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସାଧାରଣ ପେନସନଧାରୀ ମାନେ ବିଭିନ୍ନ ସମସ୍ୟା ନେଇ ଗତି କରୁଥୂବା ବେଳେ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର […]

You May Like

Pin It on Pinterest