ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହ ରେ ପାଳିତ…

ସଂଜୟ ଶତପଥୀ(କଟକ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ,କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।

ପ୍ରଥମ ଦିନ ଜଳଯାତ୍ରା, ଘଟ ଆନୟନ ଓ ମଣ୍ଡଳ କରଣ ଆଦି ସମାପନ ପରେ ସନ୍ଧ୍ୟାରେ ଘୋଡ଼ାନାଚ, ଗଣେଶ ଓ ଶନି ନୃତ୍ୟ ସମେତ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲାବେଳେ ଦେବ ସେନାପତିଙ୍କର ଭଜନ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ବହୁ ଆକର୍ଷିତ କରିଥିଲା । ପ୍ରାପ୍ତଃରେ ସୂର୍ଯ୍ୟ ପୂଜାପରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞ ଆରମ୍ବ ହୋଇଥଲା। ପରେ ଗ୍ରହଯୋଗ ସମାପନ ହୋଇଥିଲା । ସନ୍ଧ୍ୟାଆଳତି ପରେ ପୂର୍ଣ୍ଣାହୂତି ପଡ଼ିଥିଲା । ପଣ୍ଡିତ ପ୍ରସନ୍ନ ମିଶ୍ର, ପଣ୍ଡିତ ନୃସିଂହ ମିଶ୍ର ଓ ଅନ୍ୟାନ୍ୟ ପଣ୍ଡିତମାନେ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ ।

ଏହି ଯଜ୍ଞ ଦେଖିବା ଏବଂ ପ୍ରଭୁଙ୍କ ପ୍ରାସାଦ ସେବନ କରିବା ପାଇଁ ସହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉପଭୋଗକରିବା ସହ ଗ୍ରହରାଜଶନିଦେବଙ୍କ କୃପାଲାଭ କରିଥିଲେ । ଶଶାଙ୍କ ଶେଖର ନାୟକ, ଅଜୟ ସାହୁ, କୈଳାସ ଚନ୍ଦ୍ର ବେହେରା, ସିଦ୍ଧାର୍ଥ ସାହୁ , ସନାତନ ବେହେରା, ବିଭୂତିଭୂଷଣ ମହାପାତ୍ର , ଅକ୍ଷୟ ସାହୁ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Next Post

ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା

Thu Feb 22 , 2024
ବାସ୍ତବ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ର  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି […]

You May Like

Pin It on Pinterest