ବଦଳିବେ ବିଏମସି ର କମିସନର…

ବାସ୍ତବ ବ୍ୟୁରୋ: ବଦଳିବେ ଭୁବନେଶ୍ବର ମହାନଗର ନିଗମ(ବିଏମସି)ର କମିସନର । ସୂଚନାନୁଯାୟୀ, ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିସନର ଭାବେ ଦାୟିତ୍ବ ଗ୍ରହଣ କରିବେ । ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି। ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

ସେୟାର କରନ୍ତୁ

Next Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ଗଠନ ହେବ ୩୪ଟି ନୂଆ ଏନ୍‌ଏସି, ୫ ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ

Sat Feb 24 , 2024
ବାସ୍ତବ ବ୍ୟୁରୋ : ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି। ସେହିପରି ୫ଟି ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି। ୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍‌ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା- ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ […]

You May Like

Pin It on Pinterest