BJD ଛାଡ଼ି BJPରେ ମିଶିଲେ ଦେବାଶିଷ ନାୟକ

ବାସ୍ତବ ବ୍ୟୁରୋ:  ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି। 

ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଦେବାଶିଷ ନାୟକ। କହିଛନ୍ତି, “ତାମିଲ୍ ଶାସନରେ ବିଜେଡି ଚାଲିଛି। ଦଳରେ ଗୋଟିଏ କୋଟେରି କାମ କରୁଛି। ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ। ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି ବିଜେଡି। ଓଡ଼ିଶାରେ ଜୟଲଳିତା ସିଣ୍ଡ୍ରୋମ କାମ କରୁଛି ବୋଲି ଦେବାଶିଷ କହିଛନ୍ତି ।

ସେ ଆହୁରି କହିଛନ୍ତି, “ବିଜେଡି ଆରମ୍ଭ ବେଳେ ମୁଁ ନବୀନବାବୁଙ୍କ ସାଙ୍ଗରେ ଥିଲି। ସେତେବେଳେ ସେ ଭିନ୍ନ ମଣିଷ ଥିଲେ। ବହୁତ ଭଲ କାର୍ଯ୍ୟକ୍ରମ କରାଯାଉଥିଲା। ହେଲେ ବର୍ତ୍ତମାନ ନବୀନବାବୁ ବଦଳି ଯାଇଛନ୍ତି। ସେ ଯେଉଁ ନୀତି ଆଦର୍ଶନରେ ଥିଲେ, ଏବେ ଆଉ ନାହାନ୍ତି। କିଛି ଲୋକେ କହୁଥିଲେ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦିଆଯାଉ, ଭଲ କଥା। ହେଲେ ଏଥିପାଇଁ କିଏ ମନା କଲା? ଯେତେବେଳେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ଦେବା ପାଇଁ ଘୋଷଣା କରାଯାଇଥିଲା, ସେତେବେଳେ ନବୀନବାବୁଙ୍କୁ ବୁଝାଇ ଦିଆଗଲା ଆମର ସେ ସମ୍ମାନ ଦରକାର ନାହିଁ। ଯଦି ମୋଦିଜୀ ଚାହୁଁଥିଲେ ବିଜୁ ପରିବାରକୁ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ, ତାହାହେଲେ ଗ୍ରହଣ କଲେନାହିଁ କାହିଁକି? ଆଉ ଏବେ ବିଜୁବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଯାଉ ନାହିଁ ବୋଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏବେ ତୁମେ କେଉଁ ମୁହଁରେ କୁମ୍ଭୀର କାନ୍ଦଣା କାନ୍ଦୁଛ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି।”

ସେୟାର କରନ୍ତୁ

Next Post

ପଙ୍କଜ ଉଧାସଙ୍କ ପରଲୋକ...

Mon Feb 26 , 2024
ବାସ୍ତବ ବ୍ୟୁରୋ: ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା  ଦେଇଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର […]

You May Like

Breaking News

Pin It on Pinterest