
ସନ୍ତୋଷ ପାତ୍ର(କଳାହାଣ୍ଡି): ଲାଞ୍ଜିଗଡ- “ମିଛ କାମ, ସତ ବିଲ”,ପ୍ରତିଦିନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁଢକୁଢ ମିଛକାମର ବିଲ୍ କରାଯାଇ ସରକାରୀବାବୁ ଓ ଠିକାଦାରଙ୍କମଧୁଚନ୍ଦ୍ରିକାର କଥାକିଛି ନୂଆନୁହେଁ ।ହେଲେ ଯେଉଁ ଠାରେ ଏପରି କାମରେ ଜନ ଅସନ୍ତୋଷ ବଢେ,ଏଇ ଅସାଧୁମେଣ୍ଟ ର ପପର୍ଦ୍ଦାଫାସ ହୁଏ। ଏପରି ଏକ ଘଟଣା ଲାଞ୍ଜିଗଡ ଦାନୀ ଡ଼ଙ୍ଗର ଷ୍ଟାଗାର ଷ୍ଟ୍ରେଞ୍ଚ କାମରେ ଦୁର୍ନିତି ଅଭିଯୋଗ ବାରମ୍ବାର ହୋଇଆସୁଥିଲେବି ପ୍ରସାଶନ ନିରବ ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଂଚାୟତର ମଦାଙ୍ଗଦାନୀ ଡ଼ଙ୍ଗର କାମରେ ଦୁର୍ନୀତି ବଢିବାରେ ଲାଗିଛି ।ଏହି ପଂଚାୟତରେ କେକେଡିଏ ଦ୍ୱାରା ଷ୍ଟାଗାର ଷ୍ଟ୍ରେଞ୍ଚ କାମ କରାଯାଇଥିବା ଦର୍ଶାଇ ୨୦୨୩ /୨୦୨୪ ମସିହାରେ ୧ ଲକ୍ଷ ଟଙ୍କା ପାଖାପାଖି ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ମଦାଙ୍ଗ ଦାନୀ ଗ୍ରାମ ବାସୀ କୌଣସି କାମ ହୋଇ ନଥିବା କହିଛନ୍ତି । ନକଲି କାମ ଦେଖାଇ ଏହି ବିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନେକ ମିଛ ବିଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମ ବାସୀଙ୍କ ଅଭିଯୋଗ , କେବେ ଏହାର ତଦନ୍ତ ହେଉଛି ଓ କେବେ ମିଥ୍ୟା ବିଲ କରିଥିବା କର୍ମଚାରୀଙ୍କ ଉପରେ ତଦନ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।