ନିଆଳି ବିଜେଡିରେ ଗୋଷ୍ଠୀ କନ୍ଦଳ ପ୍ରସନ୍ନ କୁମାର ମଲ୍ଲିକଙ୍କ ବିଶାଳ ଜନ ସମ୍ପର୍କ ପଦଯାତ୍ରା….

ସଂଜୟ ଶତପଥୀ(କଟକ): ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ରାଜନୀତି ସେତେ ସରଗରମ ଦେଖିବାକୁ ମିଳୁଛି । ନିଆଳି ନିର୍ବାଚନ ମଣ୍ଡଳୀ ଭିତରେ ଗୋଷ୍ଠି କନ୍ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ, ସମସ୍ତଙ୍କୁ ପଛରେ ପକାଇ ନିଆଳି ଜନସାଧାରଣଙ୍କ ଏକ ମାତ୍ର ପସନ୍ଦ ଯୋଗ୍ୟ ବିବେଚିତ ପ୍ରାର୍ଥୀ ପାଲଟିଛନ୍ତି ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ । ତାଙ୍କର ଜନସଂପର୍କ ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହେବାରେ ଦେଖିବାକୁ ମିଳିଛି ।

ଏହି ପଦଯାତ୍ରା ବାରଙ୍ଗ ବ୍ଲକରୁ ବାହାରି କଣ୍ଟାପଡ଼ା,ଅଡସପୁର ଦେଇ ନିଆଳି ବଙ୍ଗାଳୀସାହି ଠାରେ ପହଞ୍ଚି ଥିଲେ । ସେଠାରେ ଅପେକ୍ଷାରତ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ରୋଡ ଶୋରେ ସାମିଲ ହୋଇଥିଲେ । ସେଠାରୁ ପଦଯାତ୍ରାରେ ବାହାରି ନିଆଳି ବଜାର ମଧ୍ୟ ଦେଇ ନିଆଳି ହାଇସ୍କୁଲ ପଡିଆ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେବା ପରେ କୁତାମ ଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ଏକ ସଭାରେ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ କ୍ରମ ସମ୍ପର୍କରେ ଶ୍ରୀ ମଲ୍ଲିକ ଲୋକମାନଙ୍କୁ ବୁଝାଇଥିଲେ । ଏହି ଶୋଭାଯାତ୍ରାରେ ରଞ୍ଜିତ କୁମାର ମଲ୍ଲିକ, ଗଣେଶ ସାହୁ ପ୍ରମୁଖ ନେତୃତୋ ନେଇଥିଲେ।

ସେୟାର କରନ୍ତୁ

Next Post

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି...

Sat Mar 2 , 2024
ବାସ୍ତବ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ।  ଅନ୍ୟପଟେ, ଏହି ୧୯୫ ଜଣଙ୍କ […]

You May Like

Pin It on Pinterest