ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….

ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସେହି ସମୟ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସୁରକ୍ଷା ‍ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଜି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍‌ କମିଶନରଙ୍କ କହିବା ଅନୁସାରେ ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ୍‌ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ହେବ ସୁରକ୍ଷା ବ୍ୟବସ୍ଥା। ଦାୟିତ୍ଵରେ ୬ ଜଣ ଡିସିପି ଓ ଅତିରିକ୍ତ ଡିସିପି ନିୟୋଜିତ ହେବେ। ୧୦ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୬ ଜଣ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ ନିୟୋଜିତ ରହିବେ। ୫୦ ଜଣ ବନ୍ଧୁକଧାରୀ ପୁଲିସ ଏୟାରପୋର୍ଟ ବାହାରେ ମୁତୟନ ରହିବେ। ଡଗ ସ୍କ୍ୱାର୍ଡ ଓ ବମ୍‌ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେୟାର କରନ୍ତୁ

Next Post

୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ....

Tue Mar 5 , 2024
ବାସ୍ତବ ବ୍ୟୁରୋ: ଆଜି ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳଙ୍କ ଉପସ୍ଥିତିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଚଣ୍ଡିଖୋଲରେ […]

You May Like

Pin It on Pinterest