ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ ଗତ କିଛିଦିନ ପୂର୍ବରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ଗୋ-ମାଂସ ଚାଲାଣ ଗାଡ଼ିକୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଥିବା ମୂଖ୍ୟ ରାସ୍ତାରେ ସ୍ଥାନୀୟ ଗୋ-ସେବକ ମାନେ ଅଟକାଇବା ସହ ନିକଟସ୍ଥ ନିଶ୍ଚିନ୍ତକୋଇଲି ଥାନା କୁ ଖବର ଦେଇଥିଲେ।ଖବର ପାଇ ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ଥାନା ଅଧୀକାରୀ ସଦଳବଳେ ପହଞ୍ଚି ନିଜର କ୍ଷମତା ର ଅପବ୍ୟବହାର କରି ଗୋ-ସେବକ ମାନଙ୍କ ଦ୍ଵାରା ଅଟକା ଯାଇଥିବା ଗୋ-ମାଂସ ବୋଝେଇ ଗାଡ଼ିକୁ ଗୋ-ସେବକ ମାନଙ୍କ କବଳରୁ ଉଦ୍ଧାର କରିଥିଲେ ଏବଂ ଗୋ-ମାଂସ ବୋଝେଇ ଗାଡ଼ିକୁ ଛାଡ଼ିଦେବା ସହ ଗୋ-ସେବକ ମାନଙ୍କୁ ବିନା କାରଣରେ ଅଟକ ରଖୂବା ସହ ମିଛ ମାମଲା ଋଜ୍ଜୁ କରିବା ଖବର ପାଇ ଗୋ-ସେବକ ବାହିନୀ ର ମୂଖ୍ୟ ଆଇନଜୀବୀ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ତୁରନ୍ତ ନିଶ୍ଚିନ୍ତକୋଇଲି ଥାନା ରେ ପହଞ୍ଚି ଏହି ବିଷୟରେ ପଚାରିବାରେ ଥାନାଧିକାରୀ ତାଙ୍କ ସହ ଅଭଦ୍ରୋଚିତ ବ୍ଯବହାର ପ୍ରଦର୍ଶନ କରିଥୂଲେ।
ଜଣେ ଆଇନଜୀବୀ ଙ୍କୁ ଜଣେ ପୋଲିସ୍ ଅଧିକାରୀ ଅଭଦ୍ରୋଚିତ ବ୍ଯବହାର ସମସ୍ତ ଆଇନଜୀବୀ ଙ୍କ ମନରେ ଏକ ବିଦ୍ରୋହାତ୍ମକ ପରିବେଶ ସୃଷ୍ଟି କରିଛି।ଏହି ସମ୍ବେଦନଶୀଳ ଘଟଣା କୁ ନେଇ ଆଜି ନିଶ୍ଚିନ୍ତକୋଇଲି ଥାନା ଅଧୀକାରୀଙ୍କୁ ବହିଷ୍କାର ଦାବୀରେ ଏକ ଦାବିପତ୍ର ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ପ୍ରଦାନ କରାଯାଇଛି। ଯଦି ଏହି ଦାବୀକୁ ତୁରନ୍ତ ବିଚାର କୁ ନ ନିଆଯାଏ ତେବେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଗୋ-ସେବକ ମାନେ ମତପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନରେ ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ଶ୍ରୀ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ୍ ହୋଇଥିଲେ। ଅପ୍ରିତୀକର ପରିସ୍ଥିତିକୁ ଦୃଷ୍ଟିରେ ରଖୂ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ପୋଲିସ୍ ମୂତୟନ କରାଯାଇଥିଲା।