
ନୂଆଦିଲ୍ଲୀ:ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତ ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି।
ଖବର ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡ଼ିଶାରେ ମେଣ୍ଟ ରାଜନୀତି ଜୋର ଧରିଛି। ଗତ ୬ତାରିଖ ଦିନ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀ ଯାଇଥିବାବେଳେ ଦିଲ୍ଲୀରୁ ବଡ଼ ନେତା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଓଡ଼ିଶାରେ ବିଜେଡିରେ ନବୀନ ନିବାସରେ ହାଇଲେଭଲ ବୈଠକ ହୋଇଯାଇଛି।ମେଣ୍ଟ ନେଇ ବିଜେଡିର ବରିଷ୍ଠ ନେତା ସଙ୍କେତ ଦେଇଥିଲେ ହେଁ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଯଦିଓ ଅମିତ ଶାହାଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ଏପରି ହେଲେ, ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ବିଜେଡି ବିଜେପି ଏକାଠି ହେବେ ।