
ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପୂଣ୍ୟତୋୟା ଭାରତବର୍ଷ ପକ୍ଷରୁ ବିଶ୍ବ ମହିଳା ଦିବସ ମହାସମାରୋହରେ ୪୨ ମୈାଜାସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାନେତ୍ରୀ ସୁଶ୍ରୀ ସ୍ବୟଂଶ୍ରୀ ରାୟଙ୍କ ପୈାରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ତୋଷ ଦେବତା ଓ ବନ୍ତେଶ୍ବର ସେବା ସମିତିର ସମ୍ପାଦକ ଶ୍ରୀ ଅମିତାଭ ବିଶ୍ବାଳ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
୪୨ ମୈାଜା ଅନ୍ତର୍ଗତ ୬ ଟି ପଞ୍ଚାୟତ ରୁ ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଭାଗନେବା ସହ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥୂଲେ। ପୂଣ୍ୟତୋୟା ଭାରତବର୍ଷର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗୀତା କୁ ଶ୍ରୀମତୀ ଉମା ଘଡେ଼ଇ, ସବିତା ରାଣୀ ଦାସ, ବରିଷ୍ଠ ସଦସ୍ୟା ଶ୍ରୀମତୀ ମଧୁସ୍ମିତା ଜେନା,କମଲ ଦାସ ପରିଚାଳନା କରିଥିଲେ।
ପୁରସ୍କାର ବିତରଣ ଉତ୍ସବ ରେ ଆମନ୍ତ୍ରିତ ମୂଖ୍ୟ ଅତିଥି ଭାବେ ଶ୍ରୀମତୀ ସୁଜାତା ପଣ୍ଡା, ସମ୍ମାନିତ ଅତିଥି ଭାବେ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀମତୀ ସତ୍ୟଭାମା ଦେବତା, ପ୍ରକୃତି ବନ୍ଧୁ ଶ୍ରୀ ନବକିଶୋର ପଣ୍ଡା, ଶ୍ରୀମତୀ ପ୍ରଭାତୀ ରାଉତ, ସମାଜସେବୀ ତଥା କଟକ ଜିଲ୍ଲା ସମର୍ପିତ ପରିବାରର ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ଆଇନଜୀବୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ, ଆଇନଜୀବୀ ଶ୍ରୀମତୀ ବିଛନ୍ଦା ନାୟକ,, ଆଇନଜୀବୀ ସ୍ବପ୍ନାରାଣୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀତାରେ ବିଜୟୀନି ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ କିଛି ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ଲାଗି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଅନୁଷ୍ଠାନ କୁ ପ୍ରଶଂସା କରାଯାଇଛି।