ସିଦ୍ଧାନ୍ତଙ୍କ ବିଷ୍ଫୋରକ ବୟାନ୍ !

ଭୁବନେଶ୍ୱର(ବାସ୍ତବ ଟିଭି): ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନକୁ ନେଇ ଦେଲେ ବିଷ୍ଫୋରକ ବୟାନ । ବିଜେଡ଼ିକୁ ନେଇ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ତାଛଡ଼ା ସେ କହିଛନ୍ତିକି ନବୀନ ନିବାସରୁ ,ପର୍ଯ୍ୟନ୍ତ ମତେ ଡାକରା ଆସିନାହିଁ । ଦଳର ମୁଖିଆ ଯାହା କହିବେ ତାହା କରିବି ।

ପୂର୍ବରୁ ସାଂସଦ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇଥର ବିଜୟୀ ହୋଇ କଂଗ୍ରେସର ହେଭିୱେଟ୍ ଚନ୍ଦ୍ରଶେଖର ସାହୁଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି ସିଦ୍ଧାନ୍ତ । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କ˚ଗ୍ରେସ ଛାଡି ବିଜେଡିରେ ଯୋଗଦେବାପରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ରାଜନୀତି ଗୋଳମାଳିଆ ହୋଇପଡ଼ିଛି । ଏପରିକି ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆସିକା ଆସନ ଓ ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଆସନ ମିଳିପାରେ ବୋଲି ଚର୍ଚ୍ଚା ଜୋରିଥିବାବେଳେ ସିଦ୍ଧାନ୍ତଙ୍କ ବୟାନ ରାଜ୍ୟ ରାଜନୀତିକୁ ଦ୍ୱନ୍ଦରେ ପକାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସୁଛି ବର୍ଷା

Sun Mar 17 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଆସୁଛି ବର୍ଷା, ଏନେଇ ପାଣିପାର କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଝଡ଼ତୋଫାନ […]
ranny

You May Like

Pin It on Pinterest