
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ କୁ ଝଟକା ।ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ କୁ ବାଏ ବାଏ କଲେ,କଂଗ୍ରେସର ବରିଷ୍ଠ ନେତା ତଥା ତିନିଥର ବିଧାୟକ ଅଜୟ କପୁର ।ସେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
ଅଜୟ କପୁର ବିଜେପିରେ ଯୋଗ ଦେବାପରେ କହିଛନ୍ତି କି, ଆଜି ପୁନର୍ବାର ଜନ୍ମ ପାଇଲି ।ମୁଁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବାରରେ ଯୋଗ ଦେଇ ଅତ୍ଯନ ଖୁିସି। ବିଜେପିରେ ଯୋଗଦେବା ପରେ ମୋର କଂଗ୍ରେସ ସହିତ ୩୫ ବର୍ଷର ଯାତ୍ରା ଶେଷ ହୋଇଛି। ବିଜେପିରେ ଯୋଗଦେବା ପୂର୍ବରୁ ଅଜୟ କପୁର ତାଙ୍କ ଇସ୍ତଫା ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।
ସେ ଲେଖିଛନ୍ତି ଯେ, ନିବେଦନ ଏହିକି, ମୁଁ ୩୫ ବର୍ଷ ଧରି ନିସ୍ୱାର୍ଥପର ଭାବରେ କଂଗ୍ରେସ ପାର୍ଟିର ସେବା କରିଛି। ବର୍ତ୍ତମାନ ମୁଁ ମୋର ପଦବୀ ଏବଂ ପାର୍ଟି ସଦସ୍ୟତାରୁ ଇସ୍ତଫା ଦେଉଛି। ଆପଣଙ୍କୁ ଅନୁରୋଧ କି ଦୟାକରି ମୋର ଇସ୍ତଫା ଗ୍ରହଣ କରିବେ।



