
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ପ୍ରହେଳିକା ରେ ପରିଣତ ହୋଇଛି,ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ଓଡ଼ିଶା ର ସ୍ବପ୍ନ ।ଏହାର ଅନେକ ନମୁନା ଓଡିଶାର ସାଧାରଣ ଜନତାଙ୍କ ନଜରରେ ଅଛି ।କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ବାପା ମୋ କେନ୍ଦ୍ରାପଡ଼ା କହି ଆସୁଥିବାର ନଜିର ରହିଛି ।ଏବେ ନବୀନ ପଟ୍ଟନାୟକ କହନ୍ତି ମୋ କେନ୍ଦ୍ରାପଡ଼ା ।ହେଲେ କେନ୍ଦ୍ରାପଡ଼ାର ଭାଗ୍ୟ ସବୁବେଳେ ବନ୍ୟାବାତ୍ୟାର କୃରତା ରେ ନିଷ୍ପେସିତ।ବିକାଶ କେନ୍ଦ୍ରାପଡ଼ାର ଜନସାଧାରଣ ଙ୍କ ପାଇଁ ଏକ ସ୍ଲୋଗାନ ହୋଇ ରହିଯାଇଛି । ଆଉ ରହିଲା ମାଫିଆ ରାଜର କଥା ଓଡିଶାର କ୍ରାଇମସିଟି କେନ୍ଦ୍ରାପଡ଼ା,ଏ କଥା କାହାକୁବା ଅଛପା ।ବାଲି ମାଫିଆଙ୍କ ସ୍ବର୍ଗ ଆମ କେନ୍ଦ୍ରାପଡ଼ା ଏଠି ନେତାବି କରନ୍ତି ବାଲି ଚୋରି।
ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଚଉଦକୁଲାଟ ଅଞ୍ଚଳରେ ଥୂବା ଚନ୍ଦନପୁର ଅଣ୍ଡରା ଅଞ୍ଚଳରେ ବେଧଡକ ଭାବେ ବାଲି ଚୋରା ଚାଲାଣ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଙ୍କ ବାହୁ ଛାୟା ତଳେ ରହିଥିବା ଏହି ବାଲି ମାଫିଆ ଙ୍କ ରାଜୁତି କହିଲେ ନ ସରେ। ସ୍ଥାନୀୟ ଅଞ୍ଚଳର ମୀର୍ଜା ନୟୁବ୍ ନାମକ ଜନୈକ ବ୍ୟକ୍ତିଙ୍କ ଘର ପାଖରେ ଥୂବା ରାସ୍ତାରେ ଦୈନିକ ହଜାର ହଜାର ଟ୍ରିପ୍ ବାଲି ଚାଲାଣ ହେଉଛି।ବାଲି ମାଫିଆ ମାନେ ନଦୀରୁ ବାଲି ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ର ଶିକାର ମଧ୍ୟ ହୋଇଛନ୍ତି, କିନ୍ତୁ ନିଜ ନିଜର ବାହୁବଳ ଓ ଅର୍ଥବଳ କୁ ସାହାରା କରି ନିଜ କାରବାର କରିଚାଲିଛନ୍ତି।
ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ପ୍ରଶାସନ ଓ ପୋଲିସ୍ ପ୍ରଶାସନ କୁ ଏହି ବିଷୟରେ ବାରମ୍ବାର ଅବଗତ କରାଇବା ସହ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବା ବେଳେ ବରଂ ଅଭିଯୋଗକାରୀ ବାଲି ମାଫିଆ ଙ୍କ ଆକ୍ରମଣ ଓ ଆକ୍ରୋଶର ଶୀକାର ହୋଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।
ଏପରିକି ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ପ୍ରଶାସନ ଓ ସ୍ଥାନୀୟ ପୋଲିସ ମାନଙ୍କ ସହ ବାଲି ମାଫିଆ ଙ୍କର କିଛି ଭିତିରି ବୁଝାମଣା ଅଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି। ରାଜ୍ୟ ସରକାର ଏହି ବିଷୟକୁ ଗୁରୁତ୍ଵ ଦେଇ ଏହି ବାଲି ମାଫିଆ ଙ୍କ କବଳରୁ ନଦୀ ଓ ସ୍ଥାନୀୟ ଜନସାଧାରଣ ଙ୍କୁ ସୁରକ୍ଷା ଦେବାକୁ ସ୍ଥାନୀୟ ଭୋଟର ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।