ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ…

ବାସ୍ତବ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିର ଏହା ଶେଷ କ୍ୟାବିନେଟ୍ ବୈଠକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଶେଖରପୁରଠାରେ ଯାଦବ ଭବନ ନର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମିର ପ୍ରିମିୟମ ବାବଦକୁ ୫.୦୬କୋଟି ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରର ପୁନର୍ଗଠନ ଓ ୧୧୩ଟି ନୂଆ ପଦବୀ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି କ୍ୟାଡ଼ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଣିକି ନିଜ ଚାକିରି କାଳ ମଧ୍ୟରେ ୩ଟି ପଦୋନ୍ନତିର ସୁବିଧା ମିଳିପାରିବ । ଏହି କ୍ୟାଡ଼ରରେ ପଦବୀ ସଂଖ୍ୟା ୪୦୪୫ରୁ ୪୧୬୮କୁ ବୃଦ୍ଧି କରାଗଲା ।

ଓଡ଼ିଶା ଗ୍ରାଣ୍ଟ-ଇନ-ଏଡ ୨୦୧୪ରେ ପୁଣିଥରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଫଳରେ ବେସରକାରୀ କଲେଜ, ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଅନୁଦାନ ନିୟମ-୨୦୧୪ ଅଧୀନରେ ଶିକ୍ଷାଗତ ପଛୁଆ ଜିଲ୍ଲା ଯୋଗ୍ୟତା ଆକଳନ କରିବା ପାଇଁ ଜନଗଣନା-୨୦୧୧ ପରିବର୍ତ୍ତେ ଜନଗଣନା ୨୦୦୧କୁ ଗ୍ରହଣ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । 

ସେହିପରି ରାଜ୍ୟରେ ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିଳ୍ପାନୁଷ୍ଠାନର ଚାହିଦା ଦୂରଣ କରିବା ପାଇଁ ୬ଟି ନୂଆ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ, ଟ୍ରାନ୍ସମିଶନ୍ ଲାଇନ ନିର୍ମାଣ, ସବଷ୍ଟେସନ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେଥିପାଇଁ ରାଜ୍ୟରେ ନୂତନ ଭାବେ ସ୍ଥାପନ ହେବାକୁ ଥିବା ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଭଦ୍ରକ ଟେକ୍ସଟାଇଲ ପାର୍କ, ପାରାଦୀପ ପ୍ଲାଷ୍ଟିକ ପାର୍କ, ଅନୁଗୋଳ ଆଲୁମିନିୟମ ପାର୍କ, ନେଉଳପୋଇ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଓ କାର୍ଯ୍ୟକ୍ଷମ ପରିବହନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ୬ଟି ନୂଆ ଗ୍ରୀଡ୍ ଷ୍ଟେସନ ନିର୍ମାଣ ହେବ ।

ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପରିବହନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓପିଟିସିଏଲ୍ ଦ୍ୱାରା ରାଜ୍ୟ ସରକାରଙ୍କ ୩୦ ପ୍ରତିଶତ ଅଂଶଧନ ସହାୟତାରେ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୧ଟି ନୂଆ ଓ ସୁଦୃଢ଼ୀକରଣ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମୋଦନ ପ୍ରଦାନ କରିଛନ୍ତି।

ସେୟାର କରନ୍ତୁ

Next Post

ଆଜି ଘୋଷଣା ହେଲା ୨୪ ନିର୍ବାଚନର ତାରିଖ...

Sat Mar 16 , 2024
ଆଦିତ୍ଯ ବେହେରା(ଭୁବନେଶ୍ବର): ଆଜି ଘୋଷଣା ହେଲା ୨୪ ନିର୍ବାଚନର ତାରିଖ। ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ଏବଂ ୪ଟି ରାଜ୍ୟର ବିଧାନସଭା ତାରିଖ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ମେ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନ । ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ସ୍ଥିର କରାଯାଇଥିବା […]

You May Like

Pin It on Pinterest