ସୁପ୍ରିମକୋର୍ଟଙ୍କ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ବିଧାୟକ ରଦ୍ଦ ମାମଲାରେ ରହିତାଦେଶ ଜାରି….

ସଂଜୟଶତପଥୀ(କଟକ):କଟକ ବାରବାଟୀ ବିଧାୟକ,ତଥା କଂଗ୍ରେସର ଆଗଧାଡିର ନେତା ଇଂ ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ରହିତାଦେଶ ଜାରି କରିଛନ୍ତି।

କିଛିଦିନ ତଳେ ହାଇକୋର୍ଟ ଇଂ ମୋକିମ୍ ଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର ଦ୍ବାରସ୍ଥ ହୋଇଥିଲେ। କଟକ ବାରବାଟୀରୁ ହାରିଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ମୋକିମ ଭୁଲ ସତ୍ୟପାଠ ଦେଇଛନ୍ତି ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

ସେୟାର କରନ୍ତୁ

Next Post

ହୋଲି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି....

Sun Mar 24 , 2024
ବାସ୍ତବ ବ୍ୟୁରୋ: ହୋଲିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ମୁତୟନ ହେବେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ । ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ। ରାସ୍ତାରେ ପାଟ୍ରୋଲିଂ ବଢ଼ାଯିବ। କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି […]

You May Like

Pin It on Pinterest