ହୋଲି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି….

ବାସ୍ତବ ବ୍ୟୁରୋ: ହୋଲିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ମୁତୟନ ହେବେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ ।

ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ। ରାସ୍ତାରେ ପାଟ୍ରୋଲିଂ ବଢ଼ାଯିବ। କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଡିସିପି କହିଛନ୍ତି, ଡିଏସ୍‌ପି ରାଙ୍କର ଅଧିକାରୀ ନେତୃତ୍ୱରେ ଟିମ୍‌ ଗଠନ ହୋଇଛି। ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହେବେ। ଲିଙ୍ଗରାଜ, ବିନ୍ଦୁସାଗର, ଦୟା ନଦୀରେ ଓଡ୍ରଫ୍‌ ଟିମ୍ ମୁତଉନ ହେବେ। ରଙ୍ଗ ଫେଳି ପରେ ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲାଗିବ ସର୍ତକ ସୂଚନା ଫଳକ ଲାଗିବ।

ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୁଲିସ। ହୋଲିରେ ଯୁବତୀମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ ଗଠନ ହୋଇଛି। ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି, ତେବେ ତୁରନ୍ତ ପୁଲିସକୁ ଜଣାଇବାକୁ ଡିସିପି କହିଛନ୍ତି। ବିଭିନ୍ନ ହୋଟେଲରେ ହୋଲି ପାର୍ଟି କରିବାକୁ ହେଲେ ଅନୁମତି ନିତ୍ୟାନ୍ତ ଆବଶ୍ୟକ। ସେଥିପାଇଁ ପୁଲିସଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ହୋଲି ପୂର୍ବରୁ ଗଞ୍ଜେଇ, ବ୍ରାଉନସୁଗର ବିକ୍ରି ସ୍ଥାନ ଗୁଡିକରେ ରେଡ୍ ଜୋରଦାର ହେଉଛି ବୋଲି ଡିସିପି କହିଛନ୍ତି।

ସେୟାର କରନ୍ତୁ

Next Post

ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ...

Mon Mar 25 , 2024
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ସକାଳୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା ।  ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ। ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ […]

You May Like

Pin It on Pinterest