ଆଜିର ଖାସ୍ ଖବର

୧-ଆଜି ଓଡିଶା ରେ ନୂଆ ୭ ଜଣ covid-19 ରୋଗୀ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୪ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ଓ 3 ଜଣ ଭଦ୍ରକ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୮ ରେ ପହଁଚିଲା।

୨-ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ହଟସ୍ପଟରେ ଜାରି ରହିବ ଲକ୍ ଡାଉନ୍।

୩-ତିନି ଜାହାଜରେ ଉପସାଗରୀୟ ଅଞ୍ଚଳରୁ ଫେରିବେ ଭାରତୀୟ,ଉପସାଗରୀୟ ଦେଶରେ ରହୁଛନ୍ତି ୮୦ ଲକ୍ଷରୁ ଅଧିକ ଭାରତୀୟ।

୪-ସାଲେପୁର:ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ସହାୟତା, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ।

୫-ଓଡ଼ିଶା ଫେରିବାକୁ ୨ଦିନରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର ପ୍ରବାସୀ ଓଡ଼ିଆ।

୬-ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ମହମ୍ମଦ ରଫିକ୍ : ରାଜ୍ୟପାଳ କରାଇଲେ ପଦ ଓ ଗୋପନୀୟତାର ଶପଥପାଠ।

୭-୧୭୦୦ କି.ମି ସାଇକେଲ ଚଲାଇ ଯାଜପୁରରେ ପହଞ୍ଚିଲେ ମହେଶ ଜେନା ଓ ପରେ ରହିଲେ କ୍ବାରେଣ୍ଟାଇନରେ।

୮-ଦାନା ବାନ୍ଧୁଛି ଲଘୁଚାପ, ଓଡ଼ିଶା ମୁହାଁଇବା ସମ୍ଭାବନା ନାହିଁ,ଆଉ ଦୁଇ ଦିନ କାଳବୈଶାଖୀ ସମ୍ଭାବନା।

୯-ଲକଡାଉନ ସମୟରେ ହିତାଧୀକାରୀଙ୍କୁ ରାସନ ବଣ୍ଟନ କରିବାରେ ଦେଶର ଏକ ନମ୍ୱର ରାଜ୍ୟ ହେଲା ଓଡିଶା, ସୂଚନା ଦେଲେ ଯୋଗାଣମନ୍ତ୍ରୀ।

୧୦-ଗୁଜୁରାଟର ସୁରଟରୁ ଓଡିଶା ଅଭିମୁଖେ ବାହାରିଲେ ପ୍ରବାସୀ ଓଡିଆ, ୫ ଟି ବସରେ ଓଡ଼ିଶା ଫେରୁଥିବା ନେଇ ସୂଚନା।

୧୧-ଭୁବନେଶ୍ବର:କରୋନା ଯୋଗୁଁ ରାଜ୍ୟ ହରାଇଲାଣି ୯୦୦ କୋଟିର ରାଜସ୍ୱ।

୧୨-ସାମ୍ବାଦିକଙ୍କ ପାଇଁ ୧୫ଲକ୍ଷ ଟଙ୍କା, କରୋନା ସଂକ୍ରମଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Tue Apr 28 , 2020
ବାସ୍ତବ ବ୍ୟୁରୋ- ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସତର୍କତାକୁ ନେଇ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ କ୍ୱାରେଣ୍ଟିନରେ ରହିବା ସହ ତାଙ୍କ ନମୁନା ମଧ୍ୟ ପରୀକ୍ଷା କରାଯିବ । ସେଥିପାଇଁ ଯେତିକି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି […]

You May Like

Pin It on Pinterest