
ନର୍ଲା ଆସନ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍
ଫାଇଦା ଉଠାଇ ପାରନ୍ତି ତୃତୀୟ ଅଦୃଶ୍ୟ ଶକ୍ତି କିମ୍ୱା
ରିପିଟ ହେବକି ନର୍ଲା ବିଧାନସଭା ଆସନ ?
ସନ୍ତୋଷ ପାତ୍ର(ନର୍ଲା)୨୮/୦୩/୨୪: କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନ ଟି ଦୀର୍ଘ ଦୁଇ ମାସ ଧରି ନର୍ଲା ରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଅଛି । ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ବହୁତ ଲମ୍ବା ଥିବାରୁ ଟିକେଟ ଅଙ୍କ ଛିଣ୍ଡିବାରେ ଦଳୀୟ ସୁପ୍ରିମୋ ଙ୍କ ପ୍ରତି ସମସ୍ୟା ସୃଷ୍ଟି ଦେଖାଦେଇଛି ।
ଗତ କିଛି ଦିନ ତଳେ ରାଜଧାନୀରେ ବିଜେଡି ଦଳ ପକ୍ଷରୁ ଏକ ଗୁରୁତ୍ଵ ପୂର୍ଣ୍ଣ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜିଲ୍ଲାର ଅନେକ ହେବିୱେଟ ନେତା ଓ ରାଜ୍ୟ ସ୍ତରର ପଦାଧିକାରୀ,ଙ୍କୁ ନେଇ କସରଥ ଆରମ୍ଭ ହୋଇଥିବା ସୂଚନା ମିଳିଥିବା ବେଳେ ସ୍ଥାନୀୟ ପ୍ରାର୍ଥୀ ଭାବେ ଦୁର୍ଗାପ୍ରସାଦ ମହାନ୍ତି, ପୁଷ୍ପେନ୍ଦ୍ର ସିଂ ଦେଓ, ହରିଶଙ୍କର ମାଝୀ, ସାରଦା ପ୍ରସାଦ ସ୍ୱାଈ, ଚିତ୍ତରଞ୍ଜନ ମଣ୍ଡଳ ଭୂପିନ୍ଦର ସିଂ ଟିକେଟ ପାଇବା ପାଇଁ ନିଜ ନିଜର କୂଟନୀତି ସହିତ ଚାଣକ୍ୟ ନୀତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି।
ଏଥିରେ ଜିଲ୍ଲା ର ଅନେକ ଆଶାୟୀ ପ୍ରାର୍ଥୀ ଏବଂ ସ୍ଥାନୀୟ ପ୍ରାଥିତ୍ଵ ଦାବେଦାର୍ ଙ୍କୁ ବାଦ୍ ଦେଇ କଳାହାଣ୍ଡି ଜିଲ୍ଲା ର ନର୍ଲା ବିଧାୟକ ଭେଟରାନ ରାଜ ନେତା ଭୂପିନ୍ଦର ସିଂ ,ଓଡ଼ିଶା ରାଜନୀତି ଜଗତର ଚାଣକ୍ୟ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ତାଙ୍କ ଟିକେଟ ପୁଣି ନର୍ଲା ଆସନ ପାଇଁ ଏକ ପ୍ରକାର ସୁନିଶ୍ଚିତ କରିବା ପାଇଁ ହକ୍ ଏବଂ ଜିଦ୍ ଧରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଜିତ ମିଶ୍ର ଥିବା ବିଶ୍ଵସ୍ଥ ସୂତ୍ରରୁ ସୁଚନା ମିଳିଛି ।