କଳସଯାତ୍ରା ସହ ଆରମ୍ଭ ହେଲା ଟିଙ୍ଗିପାଲି ରେ ୭୫ତମ ୨୪ପ୍ରହରୀ ନାମଯଜ୍ଞ….

ନବୀନ ଦାଶ(ବରଗଡ):-୨୮/୩-ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡ଼ା ପଞ୍ଚାୟତ ଟିଙ୍ଗିପାଲି ଗ୍ରାମରେ ବୁଧବାର ଦିନ ଠାରୁ ୭୫ତମ ୨୪ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ଡେଙ୍ଗେଇ କଣ୍ଟା(ଜଳାଶୟ) ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା ଓ ମହିଳା ଭକ୍ତ ମାନଙ୍କ ଦ୍ଵାରା ହରିବୋଲ,ହୁଳହୁଳି ର ତାଳରେ ଜଳପୂର୍ଣ୍ଣ କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା ସହ ଯଜ୍ଞ ମଣ୍ଡପ ରେ ସ୍ଥାପନ ପୂର୍ବକ “ହରେ ରାମ ହରେ ରାମ ରାମ ରାମ ହରେ ହରେ।ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଜପ ସହ ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି।

ପ୍ରତ୍ୟହ ଆଖପାଖ ଗାଆଁ ମାନଙ୍କରୁ ସଙ୍କୀର୍ତ୍ତନ ସହ ଯୋଗୀ ଦଳ ବୁଧବାର ସନ୍ଧ୍ୟାରେ ଡୁମେର ପାଲି,ଗୁରୁବାର ଦିନ ଭୂର୍ଶିପାଲି ଓ ମନାପଡା,ଶୁକ୍ରବାର ଲୂରୁପାଲି ଦଳ ଯୋଗ ଦେବାକୁ ଥିବା ବେଳେ ପୂର୍ଣ୍ଣାହୁତି ଦିବସରେ ଅଡଗାଁ, ଦେବାହାଲ,ଡଙ୍ଗଲ୍ଲା ରୁ ସହଯୋଗୀ ଦଳ ଯୋଗଦେବେ ବୋଲି ଗ୍ରାମ ବାସୀ ଙ୍କ ପକ୍ଷରୁ ଜଣା ପଡ଼ିଛି।

ଏହି ଅବସର ରେ କର୍ତ୍ତା ଭାବରେ ସପତ୍ନିକ କିଶୋର ପ୍ରଧାନ ଓ ପୁଷ୍ପା ପ୍ରଧାନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇ ବାକୁ ଥିବାବେଳେ ପଣ୍ଡିତ କିଶୋର ଷଡ଼ଙ୍ଗୀ ବ୍ରହ୍ମା ବରଣ ହୋଇଛନ୍ତି।ଏଥିରେ ଯଶୋବନ୍ତ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ,ଦ୍ରୋଣ ସାହୁ ପ୍ରମୁଖ ଙ୍କ ସହ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଛି।

ସେୟାର କରନ୍ତୁ

Next Post

ରାଜ୍ୟ ବିଜେପିର ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ...

Thu Mar 28 , 2024
ଆଦିତ୍ଯ ବେହେରା(ଭୁବନେଶ୍ବର): ରାଜ୍ୟ ବିଜେପି ତରଫରୁ ଆଜି ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି କହିଛିକି, ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି । ରାଜ୍ୟ ସରକାର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ବିଦେଶ ଭ୍ରମଣରେ ନେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏଥିସହିତ କେତେକ ସ୍ଥାନରେ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ […]

You May Like

Pin It on Pinterest