ବିଜେଡ଼ି, ବିଜେପି ପ୍ରାର୍ଥୀଙ୍କ ନିଦ ହଜାଇଲେଣି ଭକ୍ତ,ସାଧାରଣରେ ପ୍ରଶ୍ନ ୩୦ ବର୍ଷ କୁଆଡେ଼ ଥିଲେ ଭକ୍ତ ଦାଶ ?….

ନର୍ଲା ୨୯/୦୩/୨୪ (ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ରୁ ଚାରୋଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି।

ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ ସଜବାଜ କରୁଥିବା ସୂଚନା ମିଳିଛି । ଏହି ଆସନ ପାଇଁ ବିଜେପିରୁ ଅନିରୁଦ୍ଧ ପଧାନ, ପ୍ରଦୀପ ନାଏକ , ଆର୍ତ୍ତତ୍ରାଣ ମହାପାତ୍ର, ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ତାଜା ଖବର ଅନୁଯାୟୀ ,ସାଂସଦ ଟିକେଟ କଟିଥିବା ବସନ୍ତ ପଣ୍ଡା ଓ ବିଜେଡି ରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ଧନେଶ୍ଵର ମାଝିଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମଇଦାନ ରେ ଚର୍ଚ୍ଚା ହେଉଛି ।

ଏଭଳି ଘଡିସନ୍ଧୀ ମୁହୂର୍ତ୍ତ ରେ କଂଗ୍ରେସ ଦଳ ପକ୍ଷରୁ ନର୍ଲା ର ସମୀର କୁମାର ଚାନ୍ଦ ଟିକେଟ ମିଳିବା ଆଶାରେ ତାଙ୍କର ଫିଲ୍ଡ ସେଟିଂ କରୁଥିବା ନିକଟତମ କର୍ମୀ ଓ ନେତା ମାନେ ପ୍ରକାଶ କରିଥିବା ,ବେଳେ କଳାହାଣ୍ଡି ର ବରିଷ୍ଠ ଟାଣୁଆ କଂଗ୍ରେସ ନେତା ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ମଧ୍ୟ ଅଚାନକ ନର୍ଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବା ଘୋଷଣା କରି ସମସ୍ତ ଦଳର ଆଶାୟୀ ପ୍ରାର୍ଥୀ ଙ୍କ ହୃଦ୍ ସ୍ପନ୍ଦନ ବଢେଇ ଦେଇଥିବା ଜଣାପଡ଼ିଛି । କଂଗ୍ରେସ ଦଳରେ ମଧ୍ୟ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରତି ଅନେକ ଦଳୀୟ ନେତା ମତ ରଖୁଥିବାରୁ ଭକ୍ତ ଙ୍କ ପ୍ରତି ଦ୍ଵନ୍ଦ ଓ ବିରୋଧ ବଢିବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି ।

ଭକ୍ତ ଦାସ ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ପରିବାର ବାଦ୍ ନୀତି ରେ ରାଜନୀତି କରି ବିଫଳ ହେବା ଫଳରେ ବର୍ତମାନ ନର୍ଲା ର ଚିନ୍ତା କାହିଁକି ଘାରିଛି ବୋଲି ପ୍ରଶ୍ନ କରିଛନ୍ତି କୃଷକ ନେତା ଦୁର୍ଯ୍ୟୋଧନ କୁମାର । ନର୍ଲା ରେ ଯଦି ଭକ୍ତ ଉଠିବେ ତା ହେଲେ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ନିଜ ନିର୍ବାଚନ ଛାଡ଼ି ଯିବେ କୁଆଡେ଼ ଏହାର ଜବାବ ଶ୍ରୀଯୁକ୍ତ ଦାସ ରଖନ୍ତୁ ବୋଲି କୁମାର ପ୍ରଶ୍ନ କରିଛନ୍ତି। ଭକ୍ତ ବାବୁ ଦୀର୍ଘ ତିରିଶ ବର୍ଷ ତଳେ ନର୍ଲା ବିଧାନସଭା ଆସନ କୁ ଆଖି ପକେଇଥିବାରୁ ନର୍ଲା ରେ ହେବିୱେଟ୍ ଲଢେଇ ହେବା ସଙ୍ଗେ ସଙ୍ଗେ ବଜେଡିରୁ ଟିକେଟ ନ ମିଳିଲେ କିଛି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଶ୍ରୀ ଦାସ ଙ୍କ ସପକ୍ଷରେ ଯାଇପାରନ୍ତି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସେୟାର କରନ୍ତୁ

Next Post

ଟୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ....

Sat Mar 30 , 2024
ନବୀନ ଦାଶ(ବରଗଡ):-୩୦/୩ ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଶତାୟୁ ବର୍ଷ ର ଟୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରହଲ୍ଲାଦ ମେହେର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ମୁଖ୍ୟ ବକ୍ତା ଭାବେ କଳାପାଣି ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମୋହନ ସାହୁ,ସମ୍ମାନିତ ଅତିଥି ଭାବେ […]

You May Like

Breaking News

Pin It on Pinterest