
ସଂଜୟ ଶତପଥୀ(କଟକ): ଚୌଦ୍ବାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ଥିବାରୁ,ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି ।
ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।ଏହି ଅବସରରେ ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶତାଧୂକ ଛାତ୍ର ଏବଂ ବିଭିନ୍ନ କଲେଜ୍ର କ୍ୟାମ୍ପସ କମିଟି ସ୍ଥାନୀୟ କଲେଜ୍ ଛକ ଠାରେ ଏକାଠି ହୋଇ ବାଣ ଫୁଟାଇ, ମିଠା ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ କୁମାର ନାୟକ, ଚୌଦ୍ବାର-କଟକ ଛାତ୍ର ସଭାପତି ଅଚ୍ୟୁତ ଘୋଷ, ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସ, ରାଜ୍ୟ ସମ୍ପାଦକ ଚନ୍ଦ୍ରକାନ୍ତ ସାହୁ, ଜିଲ୍ଲା ଉପ ସଭାପତି ଅଜୁ ପାତ୍ର, ବିଶ୍ବଜିତ ସାମଲ, ସମ୍ପଦ ମହାପାତ୍ର, ଗଣେଶ ଜେନା, ରବିନାରାୟଣ ସୁତାର, ଅରୁଣ ପ୍ରଧାନ, ପ୍ରେମ୍ ମହାନ୍ତି, ବିଶ୍ବରଞ୍ଜନ ରାଉତ, ମହମ୍ମଦ ସଦାମ୍, ଅମୀୟ ଓଝା, ରାଜେଶ ସାହୁ, ସଞ୍ଜୀବ ପାତ୍ର, ଅଭିଜିତ ପାତ୍ର, ଲୋକନାଥ ଘୋଷ, ବବଲୁ ଜେଠି, ଶୁଭମ୍ ପ୍ରିୟଦର୍ଶୀ, ସୂର୍ଯ୍ୟ ସାହୁ, ରାହୁଲ ମହାର, ରାମ ଚନ୍ଦ୍ର ସାହୁ, ଆୟୁଷ୍ମାନ ସାହୁ, ପୀୟୂଷ ସାହୁ, ଅର୍ଜୁନ ପଣ୍ଡା ପ୍ରମୁଖ ଯୋଗ ଦେଇ,ସୌ୍ଭିକ ବିଶ୍ୱାଳଙ୍କୁ ସମର୍ଥନଯଣାଇବା ସହ ବହୁସଂଖ୍ୟକ ଭୋଟରେ ଏଥର ଜିତାଇବାର ପଣ କରିଥିଲେ।